
ଘଟଗାଁ , ୧ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ସମାରୋହରେ ତାରିଣୀ ବିଦ୍ୟାପୀଠ ର ଦଶମ ଶ୍ରେଣୀର ଛାତ୍ରୀ ସାନା ଫିର ଦୋଷ ଦେଶାତ୍ମବୋଧକ ସଙ୍ଗୀତ ଗାନ କରି କେନ୍ଦୁଝର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣାପଡିଛି। ଦବଲା ପାଳ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ହିନ୍ଦୀ ଶିକ୍ଷକ ସଂଘ ର କାର୍ଯ୍ୟକାରୀ ସଭାପତି ତଥା ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘର ସଭାପତି ଶ୍ରୀ ଅଶୋକ କୁମାର ନାଥ କୃତି ଛାତ୍ରୀ ସାନା ଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ମଂଚରେ ସମ୍ବର୍ଦ୍ଧିତ କରି ଥିବା ଜଣାପଡ଼ିଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅତିରିକ୍ତ ବନ ଅଧିକାରୀ ଶିବାଜୀ ରାଓ, ମୁଖ୍ୟ ବକ୍ତା ଡକ୍ଟର ନିର୍ଲିପ୍ତା ନନ୍ଦ ସ୍ୱାମୀ ଓ ବିଶିଷ୍ଟ ଅତିଥି ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ସତ୍ୟନାରାୟଣ ମହାନ୍ତ ପ୍ରମୁଖ ମଂଚାସୀନ ଥିଲେ। ସାନା ସ୍ଥାନୀୟ କୁସୁନ ପୁର ଗ୍ରାମର ସେକ୍ ୟୁନୁସ ଙ୍କ ଝିଅ ଏବଂ ଗୀତିକାର ମାଳତୀ ଶର୍ମା ଙ୍କ ଛାତ୍ରୀ ଅଟନ୍ତି। ତାଙ୍କର ଏ ସଫଳତାରେ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ସମେତ ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ ତଥା ଘଟଗାଁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ