କୋଲାବିରାରେ ବରିଷ୍ଠ ନାଗରିକ ଦିବସ ପାଳନ
Senior citizen day observed in Kolabira
କୋଲାବିରାରେ ବରିଷ୍ଠ ନାଗରିକ ଦିବସ ପାଳନ


ଝାରସୁଗୁଡ଼ା, ୦୧ ଅକ୍ଟୋବର (ହି.ସ.) - କୋଲାବିରା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ବ୍ଲକ ଅଧ୍ୟକ୍ଷ ଭୋଜରାଜ ପଟେଲ, ଜିଲ୍ଲାପରିଷଦ ସଭ୍ୟ ନୃପଲାଲ ପଶାୟତ, ଅତିରିକ୍ତ ବିଡିଓ ରାଜେଶ ରୋଶନ ଗୁଡ଼ିଆ, ବ୍ଲକ ବରିଷ୍ଠ ନାଗରିକ ସଂଘ ସଭାପତି ବିହାରୀଲାଲ ନାଏକ, ସମ୍ପାଦକ ଶୁଭେନ୍ଦୁ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ସେୱା ଅନୁଷ୍ଠାନର ସମ୍ପାଦକ ସୁଶିଲ କୁମାର ଦାଶ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ନାଗରିକ ଙ୍କ ପାଇଁ ସରକାରୀ ଆଇନ, ନିୟମ ଓ ମିଳୁଥିବା ସରକାରୀ ସୁବିଧା ବିଷୟରେ ସୂଚନା ଦେଇଥିଲେ । ଡୋଳାମଣି ପ୍ରଧାନ ଉପସ୍ଥିତ ବରିଷ୍ଠ ନାଗରିକ ଙ୍କୁ ଯୋଗ ଶିକ୍ଷା ଦେଇଥିଲେ । ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଯାୟୀ ବୃକ୍ଷ ରୋପଣ କରାଯାଇଥିଲା । ଏହାସହ ସମସ୍ତ ବରିଷ୍ଠ ନାଗରିକ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏପିଓ ଦେବଙ୍କର ଦେବନାଥ ମଂଚ ପରିଚାଳନା ଓ ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବ୍ଲକ ର ବରିଷ୍ଠ ନାଗରିକ ସିରଯ୍ୟୁ ଖମାରୀ, ତୁଲେଶ୍ୱର ପଟେଲ, ଚେତାନନ୍ଦ ପଟେଲ, ତୁଲାରାମ ସେନାପତି, ଭିକାରୀ ନାୟକ, ଗୁରୁ ଚରଣ ସାହୁ, ଡିଲେଶ୍ୱର ବେହେରା, ନରେନ୍ଦ୍ର ଭୋଇ ଙ୍କ ସହ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande