ବିଶ୍ଵ ଶାକାହାରୀ ଦିବସ ପାଳିତ
ଜୟପୁର, ୧ ଅକ୍ଟୋବର (ହି.ସ.)- ଆଜି କୋରାପୁଟ ଜିଲ୍ଳା ଆୟୁର୍ବେଦ ବିକାଶ ପରିଷଦ ପକ୍ଷରୁ ବିଶ୍ୱ ଶାକାହାରୀ ଦିବସ ପାଳିତ ହୋଇଯାଇଛି । ଜୟପୁର ଯାଦବ ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର ସଭାପତି ଡାକ୍ତର ସୁଦର୍ଶନ ଗୌଡ଼ ଅଧ୍ୟକ୍ଷତା କରିଥିଲେ । ସଂପାଦକ କବିରାଜ ପରମେଶ୍ୱର ପାତ୍ରଙ୍କ ଆହ୍ୱା
ବିଶ୍ୱ ଶାକାହାରୀ ଦିବସ ପାଳିତ


ଜୟପୁର, ୧ ଅକ୍ଟୋବର (ହି.ସ.)- ଆଜି କୋରାପୁଟ ଜିଲ୍ଳା ଆୟୁର୍ବେଦ ବିକାଶ ପରିଷଦ ପକ୍ଷରୁ ବିଶ୍ୱ ଶାକାହାରୀ ଦିବସ ପାଳିତ ହୋଇଯାଇଛି । ଜୟପୁର ଯାଦବ ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର ସଭାପତି ଡାକ୍ତର ସୁଦର୍ଶନ ଗୌଡ଼ ଅଧ୍ୟକ୍ଷତା କରିଥିଲେ । ସଂପାଦକ କବିରାଜ ପରମେଶ୍ୱର ପାତ୍ରଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି ଦିବସ ଉପରେ ଡାକ୍ତର ମନୋଜ କୁମାର ବିଶ୍ୱାଳ, ବୈଦ୍ୟରାଜ ଶ୍ରୀନିବାସ ପାତ୍ର ପ୍ରମୁଖ କହିଥିବା ବେଳେ ପରିବେଶ ଓ ପ୍ରାଣୀମାନଙ୍କର ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦେ୍ଦଶ୍ୟ ବୋଲି କହିଥିଲେ ଆଇନ ପରାମର୍ଶଦାତା ରାଜେନ୍ଦ୍ର କୁମାର ଗୌଡ଼ କହିଥିଲେ । ଏଥିରେ ସୂର୍ଯ୍ୟ ନାରାୟଣ ମିଶ୍ର, ହରିହର ବେହେରା, ଦିପିଲ ପୁକାର ଭୂମିୟା, ଶିବ କେଶବ ଦାଶ, ସୁରେନ୍ଦ୍ର ପଟ୍ଟନାୟକ, ରାଜେନ୍ଦ୍ର କୁମାର ଜେନା, ଖଲି ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ସହ ସଂପାଦକ ସତ୍ୟ ନାରାୟଣ ପରିଛା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଭାପତି ଡାକ୍ତର ଗୌଡ଼ ଶାକାହାରୀ ଅର୍ଥାତ୍ ନିରାମିଷ ଭୋଜନ ଦ୍ୱାରା ଖାଦ୍ୟ ଲାଗି ପ୍ରାଣୀଙ୍କ ହତ୍ୟା ଆବଶ୍ୟକ ହୋଇନଥାଏ, ଅହିଂସାର ସିଦ୍ଧାନ୍ତକୁ ଏହା ସମର୍ଥନ କରିଥାଏ ବୋଲି କହିଥିଲେ । କବିରାଜ ପାତ୍ର କହିଥିଲେ ଯେ, ଶାକାହାର ହୃଦ୍ ରୋଗ, ମଧୁମେହ ଓ କେତେକ କର୍କଟ ରୋଗର ଆଶଙ୍କା କମ୍ କରିଥାଏ ବୋଲି ଯୁକ୍ତି ରଖିଥିଲେ । ଶାକାହାରୀ ଖାଦ୍ୟ ସନ୍ତୁଳିତ ପୁଷ୍ଟିସାର ଓ ତନ୍ତୁ ରହିଥାଏ ଯାହା ହଜମ ଶକ୍ତିକୁ ଭଲ ରଖେ, ଉଦ୍ଭିଦ-ଆଧାରିତ ଖାଦ୍ୟ ପରିବେଶ ପାଇଁ ଅଧିକ ସ୍ଥାୟୀ ଓ ଅନୁକୂଳ ବୋଲି ମନେକ ବକ୍ତା କହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande