ଜିମ୍ବାୱେରେ ହେଲିକପ୍ଟର ଦୁର୍ଘଟଣାରେ ବ୍ୟବସାୟୀ ଭିକ୍ନେଲ୍ ଚିଭାୟୋଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ
ହରାରେ (ଜିମ୍ବାୱେ), ଅକ୍ଟୋବର 1 (ହି.ସ)। ଜିମ୍ବାୱେର ମାରୋନଡେରାରେ ବୁଧବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାପରେ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା। ହେଲିକପ୍ଟରରେ ୪ ଜଣ ଯାତ୍ରୀ ଏବଂ ୨ ଜଣ କ୍ରୁ ସଦସ୍ୟ ଥିଲେ। ଏହି ଦୁର୍ଘଟଣାରେ ସମସ୍ତ ୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪୩
उद्योगपति विकनेल चिवायो। फाइल फोटो - न्यूज डे


ହରାରେ (ଜିମ୍ବାୱେ), ଅକ୍ଟୋବର 1 (ହି.ସ)। ଜିମ୍ବାୱେର ମାରୋନଡେରାରେ ବୁଧବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାପରେ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା। ହେଲିକପ୍ଟରରେ ୪ ଜଣ ଯାତ୍ରୀ ଏବଂ ୨ ଜଣ କ୍ରୁ ସଦସ୍ୟ ଥିଲେ। ଏହି ଦୁର୍ଘଟଣାରେ ସମସ୍ତ ୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪୩ ବର୍ଷୀୟ ଶିଳ୍ପପତି ବିକନେଲ ଚିଭାୟୋ ଏବଂ ତାଙ୍କ ପତ୍ନୀ ଲୁସି ମୁତେକେ ମଧ୍ୟ ଅଛନ୍ତି। ଚିଭାୟୋଙ୍କୁ ରାଷ୍ଟ୍ରପତି ଏମର୍ସନ ମନାଙ୍ଗାଗ୍ୱାଙ୍କ ଘନିଷ୍ଠ ବ୍ୟକ୍ତି ଭାବେ ବିବେଚନା କରାଯାଉଥିଲା।

ଜିମ୍ବାୱେର ଖବରକାଗଜ ‘ନ୍ୟୁଜ୍ ଡେ’ର ରିପୋର୍ଟ ଅନୁଯାୟୀ, ରାଜଧାନୀ ହାରାରେଠାରୁ ପ୍ରାୟ ୭୦ କିଲୋମିଟର ପୂର୍ବରେ ଥିବା ମାରୋନଡେରାରେ ଏହି ଦୁର୍ଘଟଣା ଘଟିଥିଲା। ବୁଧବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ପୁଲିସକୁ ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ଦୁର୍ଘଟଣାର କାରଣ କ’ଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ବିକନେଲ ଚିଭାୟୋ ‘ଇଣ୍ଟ୍ରାଟ୍ରେକ୍ ଜିମ୍ବାୱେ’ର ପ୍ରତିଷ୍ଠାତା ଥିଲେ। ଏହି କମ୍ପାନୀ ଶକ୍ତି ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପରେ କାର୍ଯ୍ୟ କରୁଥିଲା। ଗ୍ୱାଣ୍ଡା ସୋଲାର ପ୍ରକଳ୍ପ ଭଳି ସରକାରୀ ଠିକାକୁ ନେଇ ମଧ୍ୟ ଚିଭାୟୋ ଚର୍ଚ୍ଚାରେ ରହିଥିଲେ।

ସେ ନିଜର ଆଡମ୍ବରପୂର୍ଣ୍ଣ ଜୀବନଶୈଳୀ ଏବଂ ସୋସିଆଲ ମିଡିଆ ପୋଷ୍ଟ ପାଇଁ ମଧ୍ୟ ପରିଚିତ ଥିଲେ। ଚିଭାୟୋ ଦାମୀ କାର୍ ଏବଂ ବିଳାସପୂର୍ଣ୍ଣ ହେଲିକପ୍ଟର ସହ ନିଜର ଫଟୋ ସେୟାର କରୁଥିଲେ।ଚିଭାୟୋ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା, କେନିଆର ରାଷ୍ଟ୍ରପତି ୱିଲିୟମ ରୁଟୋ, ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ଏବଂ ଇସ୍ୱାତିନିର ରାଜା ମସ୍ୱାତି ତୃତୀୟଙ୍କ ସମେତ ଅନେକ ବଡ଼ ନେତାଙ୍କ ଘନିଷ୍ଠ ଥିଲେ। ଚିଭାୟୋଙ୍କ ବିରୋଧରେ ଜିମ୍ବାୱେ ଏବଂ ଏହାର ଆଖପାଖ ଦେଶଗୁଡ଼ିକରେ ସରକାରୀ ଠିକା ଏବଂ ନିର୍ବାଚନୀ ପାଣ୍ଠି ସହ ଜଡ଼ିତ ଅଭିଯୋଗ ରହିଥିଲା। ତେବେ ସେ ଏହି ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଥିଲେ।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande