ଶିକ୍ଷକଙ୍କ ମାଡରେ ଛାତ୍ର ମୃତ, ଅଭିଯୋଗ ଆଣିଲେ ପରିବାର, ତଦନ୍ତ ଆରମ୍ଭ କଳା ପୋଲିସ
ଜୟପୁର, ୦୧ ଅକ୍ଟୋବର (ହି.ସ.) - ଜୟପୁର ବ୍ଲକ ଅନ୍ତର୍ଗତ ଗଡ଼ପଦର ସ୍କୁଲରେ ଛାତ୍ର ମୃତ୍ୟୁକୁ ନେଇ ସଙ୍ଗୀନ ଅଭିଯୋଗ ପ୍ରଧାନ ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର ହୋଇଥିବା ବାପାଙ୍କ ଅଭିଯୋଗ ମୃତ ଛାତ୍ର ଗଙ୍ଗା ଜାନି, ଗଡ଼ପଦର ହଷ୍ଟେଲରେ ରହି ପଢୁଥିଲେ ପିଠି, ଗୋଡ଼ ଓ ଛାତିରେ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ
ଶିକ୍ଷକ ଙ୍କ ମାଡରେ ଛାତ୍ର ମୃତ ,ଅଭିଯୋଗ ଆଣିଲେ ପରିବାର ,ତଦନ୍ତ ଆରମ୍ଭ କଳା ପୋଲିସ


ଜୟପୁର, ୦୧ ଅକ୍ଟୋବର (ହି.ସ.) - ଜୟପୁର ବ୍ଲକ ଅନ୍ତର୍ଗତ ଗଡ଼ପଦର ସ୍କୁଲରେ ଛାତ୍ର ମୃତ୍ୟୁକୁ ନେଇ ସଙ୍ଗୀନ ଅଭିଯୋଗ ପ୍ରଧାନ ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର ହୋଇଥିବା ବାପାଙ୍କ ଅଭିଯୋଗ ମୃତ ଛାତ୍ର ଗଙ୍ଗା ଜାନି, ଗଡ଼ପଦର ହଷ୍ଟେଲରେ ରହି ପଢୁଥିଲେ ପିଠି, ଗୋଡ଼ ଓ ଛାତିରେ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ କୋଠରୀ ଭିତରେ ବାନ୍ଧି ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ହୋଇଥିଲେ ଭର୍ତି ୩୦ ସେପ୍େଟମ୍ବର ରାତି ପ୍ରାୟ ୭ଟାରେ ଡାକ୍ତର ମୃତ ଘୋଷଣା କରିଥିବା ଅଭିଯୋଗ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଜୟପୁର ସଦର ଥାନାରେ ଏତଲା ବାପା ଟିନୋ ଜାନିଙ୍କ ପକ୍ଷରୁ ଲିଖିତ ଅଭିଯୋଗ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଜ୍ଝସୂଚନା ମୁତାବକ ମୃତ ଛାତ୍ର ଜଣଙ୍କ ହେଉଛନ୍ତି କେନ୍ଦୁଗୁଡା ଗ୍ରାମ ର ଅନ୍ୟପଟେ ଅଭିଯୋଗ ପରେ ଘଟଣା ସତ୍ୟାସତ୍ୟ କୁ ନେଇ ତଦନ୍ତ କରୁଛି ଜୟପୁର ସଦର ପୋଲିସ ଜ୍ଝ ପିଏମ ଶ୍ରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗଡପଦର ଠାରେ ପ୍ରଧାନ ଶିକ୍ଷକଙ୍କ ମାଡରେ ୫ମ ଶ୍ରେଣି ଛାତ୍ର ଙ୍କ ମୃତ୍ୟୁ ହୋଇଥିବା ନେଇ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି । ମୃତ ଛାତ୍ର ଜଣକ ହେଲେ ଗଙ୍ଗା ଜାନୀ ।

ତୁରନ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିବା ଦାବିରେ ଜୟପୁର ସଦର ଥାନାକୁ ଘୋରଉ କରି ଧାରଣା ରେ ବସିଲେ ସମ୍ପର୍କିୟ ଓ ଗ୍ରାମବାସୀ । ସୁଚନା ଅନୁଯାଇ ଜୟପୁର ବ୍ଲକ ଅନ୍ତର୍ଗତ ପିଏମ ଶ୍ରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଥିବା ବିଦ୍ୟାଳୟର ହୋଷ୍ଟେଲରେ ୪ ର୍ଥ ଶ୍ରେଣି ଉତୀର୍ଣ୍ଣ ହୋଇ ୫ମ ଶ୍ରେଣିରେ ପଡୁଥିଲେ। ଗତ ଶୁକ୍ରବାର ଓ ଶନିବାର ପ୍ରବଳ ମାଡ ମାରି ପ୍ରଧାନ ଶିକ୍ଷକ ଦିଲ୍ଲିପ ପଣ୍ଡା ହଷ୍ଟେଲରେ ହିଁ ରଖିଥିଲେ । ରବିବାର ଖବର ପାଇଁ ପୁଅ କୁ ଦେଖିବା ପାଇଁ ବାପା ଟିନ ଜାନୀ ଯାଇଥିଲେ । ପ୍ରଧାନ ଶିକ୍ଷକ ମାଡ ମାରିଥିବା ବିଷୟ ପୁଅ ଗଙ୍ଗା ଜାନି ବାପାକୁ କହିଥିଲେ । ପ୍ରଧାନ ଶିକ୍ଷକ ଉକ୍ତ ଛାତ୍ର କୁ ଜାଣି ଆଣ ଭାବ ରେ ଗାଳି କୁଲଜ କରିବା ସହ ପିନ୍ଧିଥିବା ବୁଟରେ ଛାତିରେ ମାରିଥିଲେ । ଏହା ଜାଣି ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଗତ ୩୦ ତାରିଖ ରାତ୍ର ସମୟରେ ଡାକ୍ତର ମୃତ ଘୋଷଣା କରିଥିଲେ । ପ୍ରଧାନ ଶିକ୍ଷକ ଦିଲ୍ଲପ ପଣ୍ଡା ପ୍ରତ୍ୟେକ ଦିନ କୌଣସି କାରଣ ନଥାଇ ଛାତ୍ର ମାନଙ୍କୁ ମାଡ ମରନ୍ତି । ଅଭିଭାବକ ଦେଖିବାକୁ ଆସିଲେ ମାଡ ମରାବି କଥା କହିଲେ ଅଭିଭବକ ଗଲେ ପୁଣି ମାଡ ମାରିବି ବୋଲି ଧମକ ଦେଉଥିବା ନେଇ ମୃତ ଛାତ୍ରର ବାପା ଟିନ ଜାନି ଲିଖିତ ଅଭିଯୋଗ କରିଛନ୍ତି । ତେଣୁ ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି । ଏନେଇ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶବକୁ ଜିଲା ଚିକିତ୍ସାଳୟରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି । ଏନେଇ ପ୍ରଧାନ ଶିକ୍ଷକ ଦିଲ୍ଲିପ ପଣ୍ଡା କହିଛନ୍ତି ଯେ ଗତ ରବିବାର ଗଙ୍ଗା ଜାନିଙ୍କ ବାପା ଆସିଥିଲେ । ପୁଅ କୁ ନେବାକୁ କହିଲେ । ଖାଇକି ଯିବାକୁ ପ୍ରଧାନ ଶିକ୍ଷକ କହିଥିଲେ । ପରେ ଛାତ୍ର ଜଣକ ଚିକେନ ଭାତ ଖାଇ ବାପା ସହ ଯାଇଥିଲେ । ତା ପରେ ମୋଠାରେ କିଛି ସୁଚନା ନାହିଁ । ଛାତ୍ରକୁ ମାଡ ମାରି ନାହିଁ । ୧୬ ଟି ସିସି କ୍ୟାମେରା ବିଦ୍ୟାଳୟ ଓ ହୋଷ୍ଟେଲ ରେ ଲାଗିଛି। ପୋଲିସ ତଦନ୍ତ କଲେ ସବୁ ଜାଣିପାରିବେ ବୋଲି ପ୍ରଧାନ ଶିକ୍ଷକ ସ୍ୱଷ୍ଟ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande