
ଧର୍ମଶାଳା,୧ ଅକ୍ଟୋବର (ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତ ସାହାପଡାସ୍ଥିତ ଜୟନ୍ତୀ ପାଠାଗାର ପକ୍ଷରୁ ବରିଷ୍ଠ ନାଗରିକ ସଭାଗୃହ ପରିସରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ଗୁରୁବାର ଦିନ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସତ୍ୟସୁନ୍ଦର ସାହୁ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲା ଆଇନ୍ ସେବା ପ୍ରାଧିକରଣ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତା ଡ. ରୁଦ୍ରନାରାୟଣ ପୃଷ୍ଟି ଯୋଗଦେଇ ବରିଷ୍ଠମାନେ ସବୁ ସମୟରେ ପୂଜ୍ୟ ଓ ବନ୍ଦନୀୟ ବୋଲି ମତପ୍ରକାଶ କରିବା ସହିତ ସରକାରଙ୍କ ଆର୍ôଥକ ସହାୟତା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକ ସହଯୋଗରେ ପରିଚାଳିତ ବରିଷ୍ଠ ନାଗରିକ ଗୃହରେ ନିୟୋଜିତ କର୍ମୀମାନଙ୍କ ଦାୟିତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ସଂପାଦିକା ସରୋଜିନୀ ସାହୁ ସ୍ୱାଗତ ଭାଷଣ ଓ ସୂଚନା ପ୍ରଦାନ କରିଥିବା ବେଳେ ବରିଷ୍ଠ ନାଗରିକ ଗୃହ ପରିଚାଳକ ଉତମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ତେବାସୀ ବରିଷ୍ଠ ନାଗରିକମାନେ ନିଜ ନିଜର ମନର କଥା ଖୋଲାମନରେ ପ୍ରକାଶ କରିଥିଲେ ଓ ଶେଷରେ ସୁରେନ୍ଦ୍ର କୁମାର ସାମଲ ଓ ସାଉଁଟି ଜେନା ଭଜନ ପରିବେଷଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ