ଆଜି ଜନ୍ତର ମନ୍ତରରେ ସିଜେପିଙ୍କ ବିକ୍ଷୋଭ, କାହାକୁ ପହଞ୍ଚିବାକୁ ଅନୁମତି ନାହିଁ
ନୂଆଦିଲ୍ଲୀ, ୧୦ ଅକ୍ଟୋବର (ହି.ସ.)। ଭାରତୀୟ ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକରୋଚ୍ ଜନତା ପାର୍ଟି (ସିଜେପି) ଏବଂ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଆଜି ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ପ୍ରସ୍ତାବ ରହିଛି। ତ
नई दिल्ली में शनिवार को जंतर-मंतर के आसपास सुरक्षा का तगड़ा इंतजाम किया गया है। फोटो -  इंटरनेट मीडिया


ନୂଆଦିଲ୍ଲୀ, ୧୦ ଅକ୍ଟୋବର (ହି.ସ.)। ଭାରତୀୟ ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକରୋଚ୍ ଜନତା ପାର୍ଟି (ସିଜେପି) ଏବଂ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଆଜି ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ପ୍ରସ୍ତାବ ରହିଛି। ତେବେ ଦିଲ୍ଲୀ ପୁଲିସ ଏହି ପ୍ରଦର୍ଶନ ପାଇଁ ଅନୁମତି ଦେଇନାହିଁ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହା ସତ୍ତ୍ୱେ ଲୋକମାନେ ଜନ୍ତରମନ୍ତରରେ ପହଞ୍ଚିବା ଆରମ୍ଭ କରିଛନ୍ତି।ସିଜେପି ଓ ଅନ୍ୟାନ୍ୟ ସଂଗଠନର ପ୍ରମୁଖ ଦାବିଗୁଡ଼ିକ ହେଉଛି—ଜ୍ଞାନେଶ କୁମାରଙ୍କ ଇସ୍ତଫା, ତାଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ, ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ (ଏସ୍ଆଇଆର୍) ପ୍ରକ୍ରିୟା ବନ୍ଦ କରିବା, ଜାନୁଆରୀ ୨୦୨୫ର ଭୋଟର ତାଲିକାକୁ ପୁନଃ କାର୍ଯ୍ୟକାରୀ କରିବା, ସ୍ୱାଧୀନ ତଦନ୍ତ କରାଇବା ଏବଂ ୨୦୨୩ର ନିର୍ବାଚନ ଆୟୁକ୍ତ ନିଯୁକ୍ତି ଆଇନକୁ ରଦ୍ଦ କରିବା।ଦିଲ୍ଲୀ ପୁଲିସ ଜନ୍ତରମନ୍ତର ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍)ର ଧାରା ୧୬୩ ଲାଗୁ କରିଛି। ପୁଲିସ ଓ ଅର୍ଦ୍ଧସାମରିକ ବାହିନୀର ହଜାର ହଜାର ଯବାନଙ୍କୁ ମୁତୟନ କରାଯାଇଛି। ଜନ୍ତରମନ୍ତର ଏବଂ ଏହାର ଆଖପାଖ ଅଞ୍ଚଳରେ ବ୍ୟାରିକେଡ୍ ଲଗାଯାଇଛି। ଦିଲ୍ଲୀର ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଯାଇଛି।ଦିଲ୍ଲୀ ମେଟ୍ରୋ ଇତିହାସରେ ପ୍ରଥମ ଥର ପାଇଁ ୫୭ଟି ମେଟ୍ରୋ ଷ୍ଟେସନକୁ ଶୁକ୍ରବାର ରାତି ୯ଟାରୁ ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ସରାୟ କାଲେ ଖାଁ ଓ ନ୍ୟୁ ଅଶୋକ ନଗର ନମୋ ଭାରତ ଷ୍ଟେସନ ମଧ୍ୟ ଶୁକ୍ରବାର ରାତି ୯ଟାରୁ ଆଜି ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ।ଏହି ସମୟରେ ଆନନ୍ଦ ବିହାରରୁ ମୋଦୀପୁରମ୍ ମଧ୍ୟରେ ନମୋ ଭାରତ ଟ୍ରେନ୍ ସେବା ନିର୍ଦ୍ଧାରିତ ସମୟ ଅନୁସାରେ ଚାଲୁ ରହିବ। ଦିଲ୍ଲୀ ପୁଲିସ ଏପର୍ଯ୍ୟନ୍ତ ୨୦୦ ଜଣଙ୍କୁ ଅଟକ ରଖିଛି। ସେମାନେ ସିଜେପି ଓ ବାମପନ୍ଥୀ ଦଳର ସକ୍ରିୟ ସମର୍ଥକ ବୋଲି କୁହାଯାଉଛି।ଏହି ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଶୁକ୍ରବାର ଅପରାହ୍ଣ ୨ଟା ପରେ ନୂଆଦିଲ୍ଲୀ, ହଜରତ ନିଜାମୁଦ୍ଦିନ ଓ ତିଲକ ବ୍ରିଜ୍ ରେଳ ଷ୍ଟେସନରୁ ଛାଡ଼ିବାକୁ ଥିବା ସମସ୍ତ ଟ୍ରେନ୍ ବାତିଲ କରାଯାଇଛି। ଆଜି ସକାଳ ୪ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଏହି ଷ୍ଟେସନଗୁଡ଼ିକରେ ପହଞ୍ଚିବାକୁ ଥିବା ଟ୍ରେନ୍ଗୁଡ଼ିକୁ ମଧ୍ୟ ବାତିଲ କରାଯାଇଛି। ରାଜଧାନୀ, ଶତାବ୍ଦୀ ଓ ବନ୍ଦେ ଭାରତ ସମେତ ୨୨୪ରୁ ଅଧିକ ଟ୍ରେନ୍ ଆଜି ବାତିଲ ରହିବ। ଏଥିରେ ୧୭୯ଟି ଲୋକାଲ୍ ଟ୍ରେନ୍ ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀ ଜିଲ୍ଲାରେ ଜନପଥ-କର୍ତ୍ତବ୍ୟ ପଥଠାରୁ ୪ କିଲୋମିଟର ପରିଧି ମଧ୍ୟରେ ଶୁକ୍ରବାର ରାତି ୧୦ଟାରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରାଯାଇଛି।ଦିଲ୍ଲୀ ପୁଲିସ ଶୁକ୍ରବାର ରାତିରେ ସ୍ପଷ୍ଟ କରିଛି ଯେ, ସିଜେପି ସମର୍ଥକଙ୍କୁ ଦିଲ୍ଲୀର କୌଣସି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଇନାହିଁ। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ), ରେଳ ଷ୍ଟେସନ କିମ୍ବା ପଡ଼ୋଶୀ ରାଜ୍ୟର ସୀମା ଦେଇ ବ୍ୟକ୍ତିଗତ ଗାଡ଼ିରେ ଦିଲ୍ଲୀରେ ପ୍ରବେଶ କରିବା ମାତ୍ରେ ସିଜେପି ସମର୍ଥକଙ୍କୁ ଅଟକ ରଖାଯିବ। ଏହାପରେ ସେମାନଙ୍କୁ ୩୫ଟି ଅଟକ କେନ୍ଦ୍ରକୁ ପଠାଯିବ।ନୂଆଦିଲ୍ଲୀ ରେଞ୍ଜର ଯୁଗ୍ମ ପୁଲିସ କମିଶନର ନୂପୁର ପ୍ରସାଦ କହିଛନ୍ତି ଯେ, ସିଜେପିର ସୌରଭ ଦାସ ଅକ୍ଟୋବର ୭ ତାରିଖରେ ଅକ୍ଟୋବର ୧୦ରେ ହେବାକୁ ଥିବା ପ୍ରଦର୍ଶନ ପାଇଁ ଅନୁମତି ମାଗିଥିଲେ। ନିୟମ ଅନୁଯାୟୀ, ପ୍ରଦର୍ଶନ ପାଇଁ ପ୍ରାୟ ୧୦ ଦିନ ପୂର୍ବରୁ ଆବେଦନ କରିବା ବାଧ୍ୟତାମୂଳକ। କିନ୍ତୁ ନିର୍ଦ୍ଧାରିତ ସମୟରେ ଆବେଦନ କରାଯାଇନଥିଲା।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande