ଅସୁରାଳିରେ ଭୀମଭୋଇ ଭିନ୍ନକ୍ଷମ ଶିବିର
ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅସୁରାଳିସ୍ଥିତ ଆଂଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏକଦିବାସୀୟ ଶିବିରରେ
ASURALI VINAKHYAMA SIBIRA


ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅସୁରାଳିସ୍ଥିତ ଆଂଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏକଦିବାସୀୟ ଶିବିରରେ ପାଂଚଟି ବିଭାଗର ଅଭିଜ୍ଞ ଡାକ୍ତରୀ ଟିମ ଯୋଗଦେଇ ଭିନ୍ନକ୍ଷମମାନଙ୍କ ଆବଶ୍ୟକ ଡାକ୍ତରୀ ପରୀକ୍ଷା କରିଥିଲେ।ଶିବିରରେ ଶିଶୁ ବିଭାଗରେ ୩୫ ଜଣ, ଚକ୍ଷୁ ବିଭାଗରେ ୮୩ ଜଣ, ଚଳନଜନିତ ଭିନ୍ନକ୍ଷମ ବିଭାଗରେ ୨୦୫ ଜଣ, ଶ୍ରବଣଜନିତ ଭିନ୍ନକ୍ଷମ ବିଭାଗରେ ୬୧ ଜଣ ଏବଂ ବୌଦ୍ଧିକ ଭିନ୍ନକ୍ଷମ ବିଭାଗରେ ୬୫ ଜଣ ପଞ୍ଜିକରଣ କରି ଆବଶ୍ୟକ ଡାକ୍ତରୀ ପରୀକ୍ଷା କରାଇଥିଲେ।ସମୁଦାୟ ୪୪୯ ପଞ୍ଜିକୃତ ହୋଇଥିଲେ।ଏହି ଅବସରରେ ପୂର୍ବରୁ ଆବେଦନ କରିଥିବା ଜଣେ ହିତାଧିକାରୀଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ବିଏସ୍ଏସ୍ ଓ ଯଶୋଦା ସାହୁଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ବହୁ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ଧାମନଗର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନବିହାରୀ ଧିନ୍ଦା ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଅଶୋକ କୁମାର ପୁହାଣ ସ୍ଥାନୀୟ ସରପଂଚ ମିନତୀ ସାହୁ ଶିବିରରେ ଯୋଗ ଦେଇଥିଲେ। ଶିବିରକୁ ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀମାନେ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande