ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ବିଜେପିର ମହିଳା ସାଂସଦଙ୍କ ପ୍ରତିନିଧିମଣ୍ଡଳୀ , ଉଠାଇବେ କଂଗ୍ରେସ ସାଂସଦଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ପ୍ରସଙ୍ଗ
ନୂଆଦିଲ୍ଲୀ, ୧୩ ଅକ୍ଟୋବର (ହି.ସ.)। ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ରେ ଛାତ୍ରୀମାନଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) କଂଗ୍ରେସ ସାଂସଦ ଅଙ୍ଗୋମଚା ବିମୋଲ ଅକୋଇଜାମଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛି। ଏହି ପ୍ରସଙ୍ଗରେ ବିଜେପିର ମହିଳା ସାଂସଦମାନଙ୍କ ଏକ ପ
रूपकुमारी चौधरी फाइल फोट


ନୂଆଦିଲ୍ଲୀ, ୧୩ ଅକ୍ଟୋବର (ହି.ସ.)। ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ରେ ଛାତ୍ରୀମାନଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) କଂଗ୍ରେସ ସାଂସଦ ଅଙ୍ଗୋମଚା ବିମୋଲ ଅକୋଇଜାମଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛି। ଏହି ପ୍ରସଙ୍ଗରେ ବିଜେପିର ମହିଳା ସାଂସଦମାନଙ୍କ ଏକ ପ୍ରତିନିଧିମଣ୍ଡଳୀ ଆଜି ଅପରାହ୍ଣ ପ୍ରାୟ ୧ଟା ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବେ। ଦଳର ଜଣେ ନେତା ଏହି ସୂଚନା ଦେଇଛନ୍ତି।

ସୂତ୍ର ଅନୁଯାୟୀ, ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କ ସମ୍ମୁଖରେ ଏହି ମାମଲା ଉଠାଇବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିପାରନ୍ତି। ଏହା ପୂର୍ବରୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅକ୍ଟୋବର ୧୨ ତାରିଖରେ ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟ ବାହାରେ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା।

ଅଙ୍ଗୋମଚା ବିମୋଲ ଅକୋଇଜାମ ମଣିପୁରର ଇନର ମଣିପୁର ଲୋକସଭା ଆସନରୁ କଂଗ୍ରେସ ସାଂସଦ ଅଛନ୍ତି। ସେ ଜେଏନ୍ୟୁରେ ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ବିଶ୍ୱବିଦ୍ୟାଳୟରେ ଅନେକ ଛାତ୍ରୀ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ସମ୍ପର୍କିତ ଅଭିଯୋଗ ଦାଖଲ କରିଥିଲେ। ଏହି ଅଭିଯୋଗଗୁଡ଼ିକର ତଦନ୍ତ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ କମିଟି ପକ୍ଷରୁ କରାଯାଇଥିଲା। ଏହାପରେ ଅକ୍ଟୋବର ୯ ତାରିଖରେ ଜେଏନ୍ୟୁ ତାଙ୍କୁ ଚାକିରିରୁ ବରଖାସ୍ତ କରିଥିଲା।

ଅନ୍ୟପକ୍ଷରେ, ଦିଲ୍ଲୀ ପୁଲିସ ଅକ୍ଟୋବର ୧୧ ତାରିଖରେ ମିଳିଥିବା ଅଭିଯୋଗ ଆଧାରରେ ଏକ ଏତଲା (ଏଫ୍ଆଇଆର୍) ମଧ୍ୟ ରୁଜୁ କରିଛି। ତେବେ ଅକୋଇଜାମ ଏହି ଅଭିଯୋଗଗୁଡ଼ିକୁ ଖଣ୍ଡନ କରିବା ସହ ବିଶ୍ୱବିଦ୍ୟାଳୟର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି।

ବିଜେପିର ମହିଳା ସାଂସଦମାନଙ୍କ ଏହି ପ୍ରତିନିଧିମଣ୍ଡଳୀର ଉଦ୍ଦେଶ୍ୟ ହେଉଛି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ରାଷ୍ଟ୍ରପତିଙ୍କ ସମ୍ମୁଖରେ ଏହି ମାମଲା ଉଠାଇବା। ଏହି ସାକ୍ଷାତ ଏପରି ଏକ ସମୟରେ ହେବାକୁ ଯାଉଛି, ଯେତେବେଳେ ଏହି ମାମଲାକୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande