ଜାତୀୟ ସୁରକ୍ଷା ପାଇଁ ସାମରିକ ସାମର୍ଥ୍ୟ ଥିବା ବୈଜ୍ଞାନିକ ଅନୁଷ୍ଠାନଗୁଡ଼ିକର ସହଯୋଗ ଜରୁରୀ: ରାଷ୍ଟ୍ରପତି
ନୂଆଦିଲ୍ଲୀ, ଅକ୍ଟୋବର ୧୩ (ହି.ସ.) - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ସୁରକ୍ଷା ଆଉ ସାମରିକ ସାମର୍ଥ୍ୟ ମଧ୍ୟରେ ସୀମିତ ନାହିଁ, ବରଂ ବୈଜ୍ଞାନିକ ଅନୁଷ୍ଠାନ ଏବଂ ସଶସ୍ତ୍ର ବାହିନୀ ମଧ୍ୟରେ ଘନିଷ୍ଠ ସହଯୋଗ ଆବଶ୍ୟକ। ସେ କହିଥିଲେ ଯେ ଦ୍ରୁତ ଗତିରେ ବଦଳୁଥିବା ସୁରକ୍ଷା ଏବଂ
ଜାତୀୟ ସୁରକ୍ଷା ପାଇଁ ସାମରିକ ସାମର୍ଥ୍ୟ ଥିବା ବୈଜ୍ଞାନିକ ଅନୁଷ୍ଠାନଗୁଡ଼ିକର ସହଯୋଗ ଜରୁରୀ: ରାଷ୍ଟ୍ରପତି


ନୂଆଦିଲ୍ଲୀ, ଅକ୍ଟୋବର ୧୩ (ହି.ସ.) - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ସୁରକ୍ଷା ଆଉ ସାମରିକ ସାମର୍ଥ୍ୟ ମଧ୍ୟରେ ସୀମିତ ନାହିଁ, ବରଂ ବୈଜ୍ଞାନିକ ଅନୁଷ୍ଠାନ ଏବଂ ସଶସ୍ତ୍ର ବାହିନୀ ମଧ୍ୟରେ ଘନିଷ୍ଠ ସହଯୋଗ ଆବଶ୍ୟକ। ସେ କହିଥିଲେ ଯେ ଦ୍ରୁତ ଗତିରେ ବଦଳୁଥିବା ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ପରିଦୃଶ୍ୟରେ, ନୂତନ ଆହ୍ୱାନର ମୁକାବିଲା ପାଇଁ ଉନ୍ନତ ପ୍ରସ୍ତୁତି, ରଣନୈତିକ ଦୂରଦୃଷ୍ଟି ଏବଂ ପରିବର୍ତିତ ପରିସ୍ଥିତି ସହିତ ଖାପଖୁଆଇବାର କ୍ଷମତା ଅପରିହାର୍ଯ୍ୟ।

ରାଷ୍ଟ୍ରପତି ଭବନରେ ଜାତୀୟ ପ୍ରତିରକ୍ଷା ମହାବିଦ୍ୟାଳୟ (ଏନ. ଡି. ସି.) ର ୬୬ତମ ପାଠ୍ୟକ୍ରମର ଅଧ୍ୟାପକ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଭେଟିବା ସମୟରେ ରାଷ୍ଟ୍ରପତି ଏହା କହିଛନ୍ତି। ସେ କହିଥିଲେ ଯେ ଆଧୁନିକ ଯୁଦ୍ଧ ପଦ୍ଧତି ଆଉ ପାରମ୍ପରିକ କ୍ଷେତ୍ର ମଧ୍ୟରେ ସୀମିତ ନାହିଁ, ବରଂ ସାଇବର ସୁରକ୍ଷା, ମହାକାଶ ପ୍ରଯୁକ୍ତି ଏବଂ ଜୈବପ୍ରଯୁକ୍ତି ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି। ଏଭଳି ପରିସ୍ଥିତିରେ ଦ୍ରୁତ ନିଷ୍ପତି ନେବାର ଗୁରୁତ୍ୱ ମଧ୍ୟ ବୃଦ୍ଧି ପାଇଛି।

ଜାତୀୟ ସୁରକ୍ଷା ପାଇଁ ବୈଜ୍ଞାନିକ ଅନୁଷ୍ଠାନ ଏବଂ ସଶସ୍ତ୍ର ବାହିନୀ ମଧ୍ୟରେ ଘନିଷ୍ଠ ସମନ୍ୱୟ ଆବଶ୍ୟକ, ଯାହାଦ୍ୱାରା ନବସୃଜନକୁ ବ୍ୟବହାରିକ ସମାଧାନରେ ରୂପାନ୍ତରିତ କରାଯାଇପାରିବ ବୋଲି ମୁର୍ମୁ କହିଥିଲେ। ସାମ୍ପ୍ରତିକ ସଂଘର୍ଷ ସୁଲଭ ମୂଲ୍ୟର ଟେକ୍ନୋଲୋଜିର ଗୁରୁତ୍ୱକୁ ରେଖାଙ୍କିତ କରିଛି ଯାହା ଉନ୍ନତ ପ୍ରତିରକ୍ଷା ପ୍ରଣାଳୀର ପରିପୂରକ ହୋଇପାରିବ ଏବଂ ଉପଲବ୍ଧ ସମ୍ବଳର ଉନ୍ନତ ଉପଯୋଗ ନିଶ୍ଚିତ କରିପାରିବ।

ଜାତୀୟ ସୁରକ୍ଷା ଏବଂ ନବସୃଜନ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଗବେଷଣା, ବିକାଶ ଏବଂ ନବସୃଜନ ଯୋଜନା ଭଳି ସରକାରୀ ପଦକ୍ଷେପର ଗୁରୁତ୍ୱ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ରାଷ୍ଟ୍ରପତି କହିଲେ ଯେ ବିଜ୍ଞାନ, ଜାତୀୟ ସୁରକ୍ଷା ଏବଂ ଆର୍ôଥକ କାର୍ଯ୍ୟକଳାପର ବିଭିନ୍ନ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏ. ଆଇ.) ର ବ୍ୟବହାର ବୃଦ୍ଧି ପାଉଛି। ତେବେ, ନିଷ୍ପତି ନେବାର ସମ୍ପୂର୍ଣ୍ଣ ଦାୟିତ୍ୱ ଏହି ଟେକ୍ନୋଲୋଜିକୁ ଦିଆଯାଇପାରିବ ନାହିଁ। ଆର୍ଟିଫିସିଆଲ ଇଂଟେଲିଜେନ୍ସ ବ୍ୟବହାର କ୍ଷେତ୍ରରେ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଆର୍ôଥକ ଶକ୍ତି ଜାତୀୟ ସୁରକ୍ଷା ଢାଂଚାର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ମୁର୍ମୁ କହିଥିଲେ। ସେ କହିଥିଲେ ଯେ ଭାରତୀୟ ଅର୍ଥବ୍ୟବସ୍ଥା ବାହ୍ୟ କାରଣଗୁଡ଼ିକ ଦ୍ୱାରା ସୃଷ୍ଟି ହେଉଥିବା ବାଧାଗୁଡ଼ିକର ମୁକାବିଲା କରିବାର ସାମର୍ଥ୍ୟ ପ୍ରଦର୍ଶନ କରିଛି। ଭାରତ ନିଜର ରଣନୈତିକ ନିଷ୍ପତି ନେବାର ସ୍ୱାଧୀନତା ସହ ସାଲିସ୍ ନକରି ଏହା କରିଛି।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande