ବନ୍ତ କଲେଜ ନିର୍ବାଚନ ପ୍ରଚାର ଜମିଲାଣି, ଭୋଜି ଭାତ ସାଙ୍ଗକୁ ଘର ଘର ବୁଲୁଛନ୍ତି ପ୍ରାର୍ଥର୍ର୍ୀ
ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ଆସନ୍ତା ୧୬ ତାରିଖ ଛାତ୍ର ସଂସଦ ନିର୍ବାଚନ । ବନ୍ତ ବ୍ଲକର ଏକମାତ୍ର ଆଞ୍ଚଳିକ ମହାବିଦ୍ୟାଳୟ ବନ୍ତରେ ନିର୍ବାଚନ ହେବ । ମଝିରେ ଦୁଇଟା ଦିନ ରହିଥିବା ବେଳେ ଭୋଟରଙ୍କ ମନ ଜିଣିବା ପାଇଁ ଏଠାରେ ପ୍ରାର୍ଥୀ ଦେଇଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଛାତ୍ର କଂଗ୍ରେସ ଏବ
BONTH COLLAGE ABVP CAMPNING


ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ଆସନ୍ତା ୧୬ ତାରିଖ ଛାତ୍ର ସଂସଦ ନିର୍ବାଚନ । ବନ୍ତ ବ୍ଲକର ଏକମାତ୍ର ଆଞ୍ଚଳିକ ମହାବିଦ୍ୟାଳୟ ବନ୍ତରେ ନିର୍ବାଚନ ହେବ । ମଝିରେ ଦୁଇଟା ଦିନ ରହିଥିବା ବେଳେ ଭୋଟରଙ୍କ ମନ ଜିଣିବା ପାଇଁ ଏଠାରେ ପ୍ରାର୍ଥୀ ଦେଇଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଛାତ୍ର କଂଗ୍ରେସ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି । କଲେଜର ଫାଟକର ଅନତି ଦୂରରେ ପୃଥକ ପୃଥକ ଭାବେ ମଂଚ ବନ୍ଧା ଯାଇ ପ୍ରାର୍ଥୀ ଏବଂ ସେମାନଙ୍କୁ ସହଯୋଗ କରୁଥିବା ବଭିନ୍ନ ରାଜନୈତିକ ଦଳର ଯୁବ ଛାତ୍ର ନେତୃତ୍ୱ ମାନେ ନିଜ ନିଜର ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରୁଛନ୍ତି । ମଂଚରେ ଚାଟ୍, ଗୁପଚୁପ୍, ବିରିୟାନୀ ଆଦି ସୁସ୍ୱାଦୁ ଖାଦ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପରଶା ଯାଇ ଆକୃଷ୍ଟ କରୁଥିବା ଦେଖିବାକୁ ମିଳୁଛି । ମଧ୍ୟାହ୍ନ ପରେ ପ୍ରାର୍ଥୀ ମାନେ ସାଥୀ ସମର୍ଥକଙ୍କୁ ଧରି ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି । ଏଠାରେ ଏବଭିପିରୁ ସଭାପତି ପଦବୀ ପାଇଁ ଆୟିଶା ଖୁଟିଂଆ, ଏନଏସୟୁଆଇରୁ ରଶ୍ମିରଞ୍ଜିତା ଦାସ, ବିସିଜେଡି ରୁ ଦେବଯାନୀ ନାୟକ ନିର୍ବାଚନ ଲଢୁଛନ୍ତି । ମୋଟ୍ ୪୪ ଜଣ ଛାତ୍ରଛାତ୍ରୀ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ତିନିଜଣ ପ୍ରାର୍ଥୀଙ୍କ ନାକଚ ପରେ ୪୧ ଜଣଙ୍କ ମଧ୍ୟରୁ ବୟସ ଅଧିକ ଥିବାରୁ ଜଣେ ସମ୍ପାଦକ ଓ ବେକ୍ ଲାଗିଥିବାରୁ ୨ ଜଣ ଶ୍ରେଣୀ ପ୍ରତିନିଧି କଟିବା ପରେ ନିର୍ବାଚନ ମଇଦାନରେ ୩୯ ଜଣ ରହିଥିବା ନିର୍ବାଚନ ଅଧିକାରୀ ତଥା କଲେଜ ଅଧ୍ୟକ୍ଷ ମନୋରାମା ମିଶ୍ର ଓ ଛାତ୍ର ସଂସଦ ଉପଦେଷ୍ଟା ରଘୁନାଥ ପୃଷ୍ଟି ଜଣାଇଛନ୍ତି । ଏଠାରେ ଏବିଭିପି ଓ ଏନଏସୟୁଆଇ ମଧ୍ୟରେ ଟକ୍କର ହେଉଥିବା ଦେଖିବାକୁ ମିଳିଛି । ତେବେ ବିସିଜେଡି ସମସ୍ତ ବଳ ଖଟଉଥିବା ଜଣାଯାଇଛି । ପ୍ରକାଶଥାଉକି ୧୯୮୦ ମସିହାରେ ବନ୍ତ ଆଚଂଳିକ ମହାବିଦ୍ୟାଳୟ ପ୍ରତିଷ୍ଠା ପରେ ୧୯୮୮ ମସିହାରେ ଯୁକ୍ତ ତିନି ଖୋଲିଲା । ୧୯୯୦ ରେ ପ୍ରଥମେ ଛାତ୍ର ସଂସଦ ନିର୍ବାଚନ ଏଠାରେ ହୋଇଥିଲା । ଛାତ୍ର ଜନତା ଦଳର ବଟକୃଷ୍ଣ ସାହୁ ୩୬ ଖଣ୍ଡ ଭୋଟ ପାଇଥିବା ବେଳେ ଏନଏସୟୁଆଇର ମଳୟ କୁମାର ନାୟକ ୮୬ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିଲେ । ପ୍ରକାଶଥାଉକି ୧୯୯୦ ମସିହାରେ ବନ୍ତ କଲେଜରେ ପ୍ରଥମେ ନିର୍ବାଚନ ହୋଇଥିଲା । ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ କରିବା ନେଇ ଛାତ୍ରଛାତ୍ରୀ ବୈଠକ କରି ମୋତେ ଏନଏସୟୁଆଇ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥିଲେ । ତେବେ ବନ୍ତ ଅଚଂଳର ଜନୈକ ପ୍ରାକ୍ତନ ଅଧ୍ୟକ୍ଷ ବଟକୃଷ୍ଣ ସାହୁଙ୍କୁ ସିଜେପିରୁ ପ୍ରାର୍ଥୀ କରିବା ପରେ ୫୦ ଖଣ୍ଡ ଭୋଟରେ ମୁଁ ବିଜୟ ଲାଭ କରିଥିଲି । ସାଇକେଲ୍ ଓ ସ୍କୁଟର ଯୋଗେ ଗାଁ ଗାଁଁ ବୁଲି ରିଆଡମିସନ ପାଇଁ ପ୍ରବର୍ତାଇ ପ୍ରଚାର କରୁଥିଲି । ନିର୍ବାଚନରେ ୧୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଜିତିଲେ କଲେଜ ଓ ଛାତ୍ରଛାତ୍ରୀଙ୍କ ପାଇଁ କିଛି କରିବାର ପ୍ରତିଶୃତି ଦେଇଥିଲି । ଫଳ ସ୍ୱରୁପ ନିର୍ବାଚନ ଜିତିବା ପରେ ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରି ବନ୍ତ ହାଇସ୍କୁଲରେ ଚାଲୁଥିବା କଲେଜକୁ ୧୯୯୧ ମସିହାରେ ବର୍ତମାନର ଗଢି ଉଠିଥିବା କଲେଜ ସ୍ଥାନରେ ପାଠପଢା ଆରମ୍ଭ କରିବା ମୋ ପାଇଁ ଥିଲା ବଡ ଅନୁଭୂତି ବୋଲି କହନ୍ତି ସେତେବେଳର ଛାତ୍ର ସଂସଦ ସଭାପତି ମଳୟ କୁମାର ନାୟକ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande