
ନୂଆଦିଲ୍ଲୀ, ୧୩ ଅକ୍ଟୋବର (ହି.ସ.)। ଅନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ ପାଇବାର ପ୍ରଭାବ ଆଜି ଘରୋଇ ସରାଫା ବଜାରରେ ମଧ୍ୟ ଦେଖିବାକୁ ମିଳିଛି। ନବରାତ୍ରିର ତୃତୀୟ ଦିନରେ ଭାରତୀୟ ସରାଫା ବଜାରରେ ପ୍ରାରମ୍ଭିକ କାରବାର ସମୟରେ ସୁନା ଦରରେ ହ୍ରାସ ଧାରା ଜାରି ରହିଛି। ତେବେ ରୂପା ଦରରେ ଆଜି କୌଣସି ପରିବର୍ତ୍ତନ ହୋଇନାହିଁ। ଦରରେ ହ୍ରାସ ପରେ ଆଜି ସୁନା ପ୍ରତି ୧୦ ଗ୍ରାମ ପିଛା ୧,୬୦୦ ଟଙ୍କାରୁ ୧,୭୫୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି।
ସୁନା ଦର ହ୍ରାସ ପାଇବା ପରେ ଦେଶର ଅଧିକାଂଶ ସରାଫା ବଜାରରେ ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପିଛା ୧,୪୯,୬୭୦ ଟଙ୍କାରୁ ୧,୪୯,୮୧୦ ଟଙ୍କା ମଧ୍ୟରେ କାରବାର ହେଉଛି। ସେହିପରି ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପିଛା ୧,୩୭,୧୯୦ ଟଙ୍କାରୁ ୧,୩୭,୩୪୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ରୂପା ଦରରେ କୌଣସି ପରିବର୍ତ୍ତନ ହୋଇନଥିବାରୁ ଦିଲ୍ଲୀ ସରାଫା ବଜାରରେ ଆଜି ମଧ୍ୟ ଏହି ଚମକଦାର ଧାତୁ କିଲୋଗ୍ରାମ ପିଛା ୨,୩୯,୯୦୦ ଟଙ୍କାରେ ବିକ୍ରି ହେଉଛି।
ଦିଲ୍ଲୀରେ ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପିଛା ୧,୪୯,୮୧୦ ଟଙ୍କାରେ କାରବାର ହେଉଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧,୩୭,୩୪୦ ଟଙ୍କା ରହିଛି। ଅନ୍ୟପକ୍ଷରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପିଛା ୧,୪୯,୬୭୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧,୩୭,୧୯୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଅହମ୍ମଦାବାଦରେ ୨୪ କ୍ୟାରେଟ୍ ସୁନାର ଖୁଚୁରା ଦର ପ୍ରତି ୧୦ ଗ୍ରାମ ପିଛା ୧,୪୯,୭୧୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦର ୧,୩୭,୨୪୦ ଟଙ୍କା ରହିଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା