
ଗଞ୍ଜାମ, ୧୩ ଅକ୍ଟୋବର (ହି.ସ.)- ବ୍ରହ୍ମପୁର ବଡ଼ବଜାର ପୋଲିସର ବଡ଼ଧରଣର ଚଢ଼ଉ। ଲକ୍ଷ୍ମୀନୃସିଂହ ସାହି ୭ମ ଲେନ ଫ୍ୟାକ୍ଟ୍ରିରେ ବିଷାକ୍ତ ରାସାୟନିକ ରଙ୍ଗ ମିଶାଇ ନକଲି ହଳଦୀ-ଲଙ୍କା ଗୁଣ୍ଡ ତିଆରି ହେଉଥିଲା। କାରଖାନାରୁ ୧୫୦୦ କେଜି ହଳଦୀ, ୪୦ କେଜି ରଙ୍ଗ ଡ୍ରମ, ୮ଟି ମିଲିଂ ମେସିନ ଜବତ ହୋଇଛି। ସାଇନି ଇଣ୍ଡଷ୍ଟ୍ରିଜ ଗୋଦାମରୁ ୧୭୨୮ କେଜି ଅଦା-ରସୁଣ ପେଷ୍ଟ, ୨୪୦୦ କେଜି ହଳଦୀ, ୧୭୨୦ କେଜି ଲଙ୍କା ଗୁଣ୍ଡ। ମୋଟ ୫ ଟନରୁ ଅଧିକ ଜଵତ କରାଯାଇଛି।
କେସ ନମ୍ବର, ୭୭୫/୧୧/୨୬ରେ ମାମଲା ରୁଜୁ ହୋଇ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ନମୁନା ଲାବୋରେଟୋରୀକୁ ପରିକ୍ଷା ପାଇଁ ପଠାଯାଇଛି। ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ