ଭଦ୍ରକରେ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ‘ରଙ୍ଗୋଲି ରାଷ୍ଟ୍ର’ କାର୍ଯ୍ୟକ୍ରମ
ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ଜନସେବାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ‘ସେବା ସଂକଳ୍ପ ଅଭିଯାନ’ର ଅଂଶବିଶେଷ ଭାବେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ‘ରଙ୍ଗୋଲି ରାଷ୍ଟ୍ର’ କାର୍ଯ୍ୟକ
RANGOLI PROGRAMME AT BHADRAK


ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ଜନସେବାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ‘ସେବା ସଂକଳ୍ପ ଅଭିଯାନ’ର ଅଂଶବିଶେଷ ଭାବେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ‘ରଙ୍ଗୋଲି ରାଷ୍ଟ୍ର’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ହସ୍ତତନ୍ତ ବୁଣାକାର, ହସ୍ତଶିଳ୍ପ କାରିଗର ଓ ଚାଷୀ ଯୋଗଦେଇଥିଲେ। ସମସ୍ତେ ମିଳିତ ଭାବେ ବିଭିନ୍ନ ରଙ୍ଗ, ଫୁଲ ଓ ପତ୍ରର ବ୍ୟବହାର କରି ଏକ ଆକର୍ଷଣୀୟ ରଙ୍ଗୋଲି ଅଙ୍କନ କରିଥିଲେ। ଏହି ସୃଜନଶୀଳ ପ୍ରୟାସ ମାଧ୍ୟମରେ ସାମୂହିକ ସହଭାଗିତା ଓ ଜନସେବାର ଭାବନାକୁ ପ୍ରତିଫଳିତ କରାଯାଇଥିଲା। କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା। ବିଶେଷ କରି ବୁଣାକାର ଓ ହସ୍ତଶିଳ୍ପ କାରିଗରଙ୍କ ଆର୍ôଥକ ଓ ବୃତିଗତ ବିକାଶକୁ ଗୁରୁତ୍ୱ ଦେଇ ‘ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ବିକାଶ ଯୋଜନା’ ଏବଂ ‘ମୁଖ୍ୟମନ୍ତ୍ରୀ ହସ୍ତଶିଳ୍ପୀ ଅଭିବୃଦ୍ଧି ଯୋଜନା’ ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ବିସ୍ତୃତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଜଗବନ୍ଧୁ ସାହୁ, ଭଦ୍ରକ ଉପନିବନ୍ଧକ ସମବାୟ ସମିତି ଶ୍ରୀ ଦୁଃଖିଆ ଟୁଡୁ, ସହକାରୀ ହସ୍ତଶିଳ୍ପ ନିର୍ଦ୍ଦେଶକ ପ୍ରକାଶ କୁମାର ମିଶ୍ର, ବାଲେଶ୍ୱର କାର୍ଯ୍ୟାଳୟର ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକ ତଥା ଏସ୍.ଏ.ଆର.ସି.ଏସ୍. ତାରିଣୀ ପ୍ରସାଦ ଛାଟୋଇ, ବୟନ ନିରୀକ୍ଷକ ସିଦ୍ଧାର୍ଥ ମୋହନ ପଣ୍ଡା ଏବଂ ବୈଷୟିକ ସହାୟକ ପ୍ରଶାନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବୁଣାକାର, ହସ୍ତଶିଳ୍ପ କାରିଗର ଓ ଚାଷୀଙ୍କୁ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିବା ସହ ସେମାନଙ୍କ ଜୀବିକା ଓ ଦକ୍ଷତାର ବିକାଶ ଦିଗରେ ଏଭଳି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚିତ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande