ରାଜ୍ୟ ସରକାର ଙ୍କ ସମବାୟ ଓ ହସ୍ତତନ୍ତ ବିଭାଗ ମିଳିତ ଆନୁକୁଲ୍ୟରେ କରାଯାଉଥିବା ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ
ଖୋର୍ଦ୍ଧା, 13 ଅକ୍ଟୋବର (ହି.ସ.) ସମବାୟ ବିଭାଗ ର ଉପନିବନ୍ଧକ,ସମବାୟ ସମିତି ସମୂହ ,ଖୋର୍ଦ୍ଧା ବିଭାଜନ ସୁଭଦ୍ରା ପଟ୍ଟନାୟକ ଙ୍କ ତତ୍ୱାବଧାନ ରେ ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇ ଅଛି ! ଏଥିରେ ୧୦ରୁ ଉର୍ଦ୍ଧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଂଶ ଗ୍ରହଣ କରି ରଙ୍ଗୋଲି ପ୍ରତିଯୋଗିତା କୁ ସରସମୟ କରିବାର
Rangoli


ଖୋର୍ଦ୍ଧା, 13 ଅକ୍ଟୋବର (ହି.ସ.) ସମବାୟ ବିଭାଗ ର ଉପନିବନ୍ଧକ,ସମବାୟ ସମିତି ସମୂହ ,ଖୋର୍ଦ୍ଧା ବିଭାଜନ ସୁଭଦ୍ରା ପଟ୍ଟନାୟକ ଙ୍କ ତତ୍ୱାବଧାନ ରେ ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇ ଅଛି ! ଏଥିରେ ୧୦ରୁ ଉର୍ଦ୍ଧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଂଶ ଗ୍ରହଣ କରି ରଙ୍ଗୋଲି ପ୍ରତିଯୋଗିତା କୁ ସରସମୟ କରିବାରେ ସଫଳ ହୋଇଥିଲେ ! ବିଭିନ୍ନ ରଙ୍ଗ ବେରଙ୍ଗ ର ମୁରୁଜ , ଫୁଲ, ପତ୍ର ଇତ୍ୟାଦି ରେ ସୁନ୍ଦର ସୁନ୍ଦର ଝୋଟି ଆଙ୍କି ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ପାରଦର୍ଶିତା ର ପରିଚୟ ପ୍ରଦାନ କରିଥିଲେ ! ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ମଣ୍ଡଳ ଉନ୍ନୟନ ଅଧିକାରୀ ଯୋଗଦାନ କରିଥିଲେ ! ତତସହିତ ସହକାରୀ ଅନୁ ନିବନ୍ଧକ ସମବାୟ ସମିତି ସମୂହ, ଖୋର୍ଦ୍ଧା ମଣ୍ଡଳ ରୁ ସହକର୍ମୀ ଶ୍ରୀମତୀ ସ୍ମାରକୀ ପଟ୍ଟନାୟକ, ଚିନ୍ମୟୀ ଶୁଭଦର୍ଶିନୀ, ସୁକାନ୍ତ ଚରଣ ଖୁଣ୍ଟିଆ , ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗୀୟ ଅଧିକାରୀ,ଖୋର୍ଦ୍ଧା ,ଶାରୀରିକ ଅକ୍ଷମ ବିଭାଗୀୟ ଅଧିକାରୀ ,ଖୋର୍ଦ୍ଧା ଯୋଗଦାନ କରିଥିଲେ! ଏତଦବ୍ୟତୀତ ଖୋର୍ଦ୍ଧା ବ୍ଲକ୍ ର ବିଭିନ୍ନ ସମବାୟ ସମିତି ରୁ ଅନେକ କର୍ମଚାରୀ ଯଥା - ବିଶ୍ୱନାଥ ମହାରଣା, ଝଜ ସାମନ୍ତରାୟ,ପ୍ରକାଶ ଚନ୍ଦ୍ର ବଳିୟାରସିଂହ, ଦୀନବନ୍ଧୁ ବରାଳ , ଲକ୍ଷ୍ମୀ ଧର ଜେନା, ମଦନ ମୋହନ ସ୍ୱାଇଁ , ବିଦ୍ୟାଧର ସାମନ୍ତରାୟ,ଦେବଦତ୍ତ ଉଦୟସିଂ , ଜଗନ୍ନାଥ ବରାଳ, ସଞ୍ଜୟ କୁମାର ଦାଶ ମଧ୍ୟ ଯୋଗଦାନ କରିଥିଲେ ! ହଳଦିଆ ସେବା ସମବାୟ ସମିତି ର ସଭାପତି ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ଭଞ୍ଜ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ ! ପ୍ରତିଯୋଗିତା ରେ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଗୋଷ୍ଠୀକୁ ଟ୍ରଫି ସହ ମାନପତ୍ର ଦେବା ସହ ସମସ୍ତ ଅଂଶଗ୍ରହଣ କରିଥିବା ଗୋଷ୍ଠୀକୁ ସନ୍ତ୍ଵନମୂଳକ ମାନପତ୍ର ମୁଖ୍ୟ ଅତିଥି ସିଦ୍ଧାର୍ଥ ଶେଖର ପଟ୍ଟନାୟକ ଓ ସମ୍ମାନିତ ଅତିଥି ଶ୍ରୀମତୀ ସୁଭଦ୍ରା ପଟ୍ଟନାୟକ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ! ରାଜ୍ୟ ସରକାରଙ୍କ ଏହି ଭଳି ସମସ୍ତ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ଏହାର ଆଭିମୁଖ୍ୟ ବୁଝି ପ୍ରଚାର ପ୍ରସାର କରାଇବା ନିମନ୍ତେ ତଥା ସମବାୟ ସହିତ ଯୋଡ଼ି ହେବା ନିମନ୍ତେ ଶ୍ରୀମତୀ ପଟ୍ଟନାୟକ ବିସ୍ତୃତ ଭାବେ ପରିପ୍ରକାଶ କରିଥିଲେ ! ପରିଶେଷ ରେ ସଭା ପରିଚାଳକ ଶ୍ରୀଯୁକ୍ତ ସୁକାନ୍ତ ଚରଣ ଖୁଣ୍ଟିଆ ଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଗଲା !

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande