ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ
କେନ୍ଦ୍ରାପଡ଼ା, ୧୩ ଅକ୍ଟୋବର(ହି.ସ.) – ସୁଦର୍ଶନ ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅଧିନସ୍ଥରେ ଆଜି ସୁଦର୍ଶନ ଆଂଚଳିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମଣ୍ଡଳ ଶିକ୍ଷା
ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ


କେନ୍ଦ୍ରାପଡ଼ା, ୧୩ ଅକ୍ଟୋବର(ହି.ସ.) – ସୁଦର୍ଶନ ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅଧିନସ୍ଥରେ ଆଜି ସୁଦର୍ଶନ ଆଂଚଳିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମଣ୍ଡଳ ଶିକ୍ଷା ଅଧିକାରୀ ମଦନ ମୋହନ କର ସହ ଶିକ୍ଷା ଅଧିକାରୀ ଦେବଦତ ଶତପଥୀ ଖଗେଶ୍ୱର ନାୟକ ଆଂଚଳିକ ସାଧନ କର୍ମୀ ଅକ୍ଷୟ କୁମାର ପୋଥାଳ ଓ ଚକ୍ରଧର ନାୟକ ପ୍ରଧାନ ଶିକ୍ଷକ ଏବଂ ସୁଦର୍ଶନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କନକଲତା ରାଉତ ସଭାପତିତ୍ୱରେ ଆଂଚଳିକ ସାଧନକେନ୍ଦ୍ରର ୧୧ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଭାଗ ନେଇଥିଲେ ଗୁଆଲସିଂ ପଂଚାୟତର ସରପଂଚ ମଧୁସ୍ମିତା ଦାସ କୁନି କୁନି ପିଲାମାନଙ୍କୁ ସୁରଭି ବିଷୟରେ କହିଥିଲେ ଏବଂ ଦେବଦତ ଶତପଥୀ ଉଦଘାଟନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସୁନ୍ଦର ଅଭିଭାଷଣ ଦେଇଥିଲେ ସର୍ବଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବଂଟନ କରିଥିଲେ ସୁରଭି କାର୍ଯ୍ୟକ୍ରମରେ ପଂଚସଖା ସଭାପତି କାଙ୍ଗାଳି ଚରଣ ବାରିକ, ଗୌରଙ୍ଗ ଚରଣ ସାହୁ, ସ୍କୁଲ କମିଟିର ସଭାପତି ବ୍ରଜସୁନ୍ଦର ସେଠି, ଶିକ୍ଷକ ରାମଚନ୍ଦ୍ର ବେହେରା, ଧିରେନ ରାଉଳ, ରବୀନ୍ଦ୍ର ଦାସ, ଗୀତାଞ୍ଜଳି ରାଉତ, ଲଷ୍ମୀପ୍ରିୟା ଖଟୁଆ, ଅନସୁୟା ପଲାଇ, ପ୍ରକାଶ ପ୍ରାଣୀଗ୍ରାହୀ, ମାନସ ରଞ୍ଜନ ସାହୁ, ଶୁଭମ ଦାସ, ନିଶିକାନ୍ତ ଦାସ, ନିର୍ଦେଶକ ଓ ସୁକଦେବ ପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ବିଚାରପତି ଭାବେ ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଆଜିର ସଭାକୁ ଆଂଚଳିକ ସାଧନକର୍ମୀ ଅକ୍ଷୟ କୁମାର ପୋଥାଳ ସୁଚାରୁ ରୂପେ ସୁରଭି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିବାରୁ ସମସ୍ତେ ଖୁସି ହୋଇଥିଲେ। ମଣ୍ଡଳ ଶିକ୍ଷା ଅଧିକାରୀ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବଂଟନ କରିଥିଲେ ଏବଂ ଆଂଚଳିକ ସାଧନ କେନ୍ଦ୍ରର ଯେଉଁ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମଣ୍ଡଳ ସ୍ତରରେ ଅଂଶଗ୍ରହଣ କରି ଶ୍ରେଷ୍ଠ ସ୍ଥାନ ଅଧିକାର କରିବାକୁ କହିଥିଲେ। ପ୍ରାକ୍ତନ ରାଜକନିକା ମଣ୍ଡଳ ଶିକ୍ଷା ଅଧିକାରୀ ସରୋଜକାନ୍ତ ବିହାରୀ ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହି ସୁରଭି ପ୍ରସଙ୍ଗରେ ସୁନ୍ଦର ବକ୍ତବ୍ୟ ରଖିଥିଲେ ଓ ବିକଶିତ ଭାରତ ଗଠନ ପାଇଁ ଶିକ୍ଷା ଏକ ବଳିଷ୍ଠ ମାଧ୍ୟମ ଚରିତ୍ର ଗଠନ କଳାସୌନ୍ଦର୍ଯ୍ୟର ବିକାଶ ନୃତ୍ୟକଳାର ବିକାଶ ହେବ ପରାମର୍ଶ ଦେଇଥିଲେ। ସର୍ବଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଧନ୍ୟବାଦ ଦେଇ ଆଜିର ଏହି କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande