ଦ୍ୱିପାକ୍ଷିକ ଆଲୋଚନାରେ ଆତ୍ମନିର୍ଭର ଭାରତ'କୁ ଆଗକୁ ନେବାକୁ ଚେକ୍ ଗଣରାଜ୍ୟ ରାଜି
ନୂଆଦିଲ୍ଲୀ, ୧୩ ଅକ୍ଟୋବର(ହି.ସ.) – ପ୍ରତିରକ୍ଷା ମନ୍ତ୍ରୀ, ଶ୍ରୀ ସିଂହ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଚେକ୍ ଗଣରାଜ୍ୟର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ତଥା ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ, କାରେଲ୍ ହାଭ୍ଲିସେକ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଦୁଇ ନେତା ପ୍ରତିରକ୍ଷା ଶିଳ୍ପ ସହଯୋଗର ସମୀକ୍ଷା କରି
ଦ୍ୱିପାକ୍ଷିକ ଆଲୋଚନାରେ ଆତ୍ମନିର୍ଭର ଭାରତ'କୁ ଆଗକୁ ନେବାକୁ ଚେକ୍ ଗଣରାଜ୍ୟ ରାଜି


ନୂଆଦିଲ୍ଲୀ, ୧୩ ଅକ୍ଟୋବର(ହି.ସ.) – ପ୍ରତିରକ୍ଷା ମନ୍ତ୍ରୀ, ଶ୍ରୀ ସିଂହ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଚେକ୍ ଗଣରାଜ୍ୟର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ତଥା ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ, କାରେଲ୍ ହାଭ୍ଲିସେକ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଦୁଇ ନେତା ପ୍ରତିରକ୍ଷା ଶିଳ୍ପ ସହଯୋଗର ସମୀକ୍ଷା କରିଥିଲେ ଏବଂ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତକୁ ଆଗକୁ ବଢ଼ାଇ ଭାରତ-ଚେକ୍ ମିଳିତ ପ୍ରତିରକ୍ଷା କମିଟି ଅଧୀନରେ ମିଳିତ ଉଦ୍ୟୋଗକୁ ବୃଦ୍ଧି କରିବା ଲାଗି ସହମତ ହୋଇଥିଲେ। ସେମାନେ ଶାନ୍ତି, ସୁରକ୍ଷା ଏବଂ ଆଞ୍ଚଳିକ ସ୍ଥିରତା ଉପରେ ମଧ୍ୟ ଆଲୋଚନା କରିଥିଲେ।

ଉଭୟ ପକ୍ଷ ଜାରି ରହିଥିବା ସହଯୋଗ ଏବଂ ବିଭିନ୍ନ ମିଳିତ ଉଦ୍ୟୋଗର ସଫଳ ପ୍ରତିଷ୍ଠାକୁ ସ୍ୱାଗତ କରିଥିଲେ। ଏଥିସହିତ, ମେକ୍ ଇନ୍ ଇଣ୍ଡିଆ' ଏବଂ ଆତ୍ମନିର୍ଭର ଭାରତ'କୁ ପ୍ରୋତ୍ସାହିତ କରିବା ପାଇଁ ଭାରତ-ଚେକ୍ ମିଳିତ ପ୍ରତିରକ୍ଷା କମିଟି ଅଧୀନରେ ଏହି ସହଯୋଗକୁ ଆହୁରି ବୃଦ୍ଧି କରିବାକୁ ସେମାନେ ରାଜି ହୋଇଥିଲେ। ଦୁଇ ନେତା ବର୍ତମାନର ଶାନ୍ତି ଏବଂ ସୁରକ୍ଷା ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ ଏବଂ ଏହି କ୍ଷେତ୍ରରେ ସ୍ଥିରତା ବଜାୟ ରଖିବା ପାଇଁ ଅଧିକ ସହଯୋଗର ଆବଶ୍ୟକତାକୁ ସ୍ୱୀକାର କରିଥିଲେ। ସେ ଦୋହରାଇଥିଲେ ଯେ ଭାରତ ଏବଂ ଚେକ୍ ଗଣରାଜ୍ୟ ମଧ୍ୟରେ ଭାଗିଦାରୀ ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କ, ପାରସ୍ପରିକ ବିଶ୍ୱାସ ଏବଂ ସମ୍ମାନର ସହଭାଗୀ ମୂଲ୍ୟବୋଧ ଉପରେ ଆଧାରିତ।

ଶ୍ରୀ କାରେଲ ହାଭଲିଚେକ୍ ଚାରି ଦିନିଆ ଭାରତ ଗସ୍ତରେ ଅଛନ୍ତି ଏବଂ ବିଭିନ୍ନ ମନ୍ତ୍ରଣାଳୟ, ବାଣିଜ୍ୟ ଏବଂ ବ୍ୟବସାୟ ସହିତ ଆଲୋଚନା କରୁଛନ୍ତି। ଏହି ଗସ୍ତ କାଳରେ ସେ ବେଙ୍ଗାଲୁରୁ ଏବଂ ମୁମ୍ବାଇର ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ପରିଦର୍ଶନ କରିବେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande