ସେବା ସଂକଳ୍ପ ଅଭିଯାନ ଅଧିନରେ ‘ୟଙ୍ଗ ମାଇଣ୍ଡସ୍’ସ୍ଲୋଗାନ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା
କେନ୍ଦ୍ରାପଡ଼ା, ୧୩ ଅକ୍ଟୋବର(ହି.ସ.) – ସଡ଼କ ସୁରକ୍ଷା ସମ୍ପର୍କରେ ଯୁବପିଢ଼ିଙ୍କୁ ସଚେତନ କରିବା, ଟ୍ରାଫିକ୍ ନିୟମ ପାଳନ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ଏବଂ ସୁରକ୍ଷିତ ଯାତାୟାତର ବାର୍ତାକୁ ସମାଜର ପ୍ରତ୍ୟେକ ସ୍ତରରେ ପହଂଚାଇବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ‘ସେବା ସଂକଳ୍ପ ଅଭିଯାନ’ ଅଧିନରେ
---------------ସେବା ସଂକଳ୍ପ ଅଭିଯାନ ଅଧୀନରେ ‘ୟଙ୍ଗ ମାଇଣ୍ଡସ୍’ସ୍ଲୋଗାନ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା


କେନ୍ଦ୍ରାପଡ଼ା, ୧୩ ଅକ୍ଟୋବର(ହି.ସ.) – ସଡ଼କ ସୁରକ୍ଷା ସମ୍ପର୍କରେ ଯୁବପିଢ଼ିଙ୍କୁ ସଚେତନ କରିବା, ଟ୍ରାଫିକ୍ ନିୟମ ପାଳନ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ଏବଂ ସୁରକ୍ଷିତ ଯାତାୟାତର ବାର୍ତାକୁ ସମାଜର ପ୍ରତ୍ୟେକ ସ୍ତରରେ ପହଂଚାଇବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ‘ସେବା ସଂକଳ୍ପ ଅଭିଯାନ’ ଅଧିନରେ ‘ୟଙ୍ଗ ମାଇଣ୍ଡସ୍– ସ୍ଲୋଗାନ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା’ ଆୟୋଜିତ ହୋଇଯାଇଛି। କେନ୍ଦ୍ରାପଡ଼ା ଆଂଚଳିକ ପରିବହନ କାର୍ଯ୍ୟାଳୟର ସଭାଗୃହରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାପାଳ ରଘୁରାମ ଆର୍. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଆଂଚଳିକ ପରିବହନ ଅଧିକାରୀ ଲୋକନାଥ ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆର୍ଟିଓ କାର୍ଯ୍ୟାଳୟର ସମସ୍ତ ମୋଟର ଯାନ ନିରୀକ୍ଷକ ଓ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ଏହି ପ୍ରତିଯୋଗିତାରେ ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପାଖାପାଖି ୭୫ ଜଣ ଛାତ୍ରଛାତ୍ରୀ ଉତ୍ସାହର ସହ ଭାଗନେବା ପାଇଁ ପଞ୍ଜୀକରଣ କରିଥିଲେ। ସ୍ଲୋଗାନ୍ ଲିଖନ ଓ ଚିତ୍ରାଙ୍କନ ମାଧ୍ୟମରେ ସେମାନେ ସଡ଼କ ସୁରକ୍ଷା, ଟ୍ରାଫିକ୍ ନିୟମର ଅନୁପାଳନ, ହେଲମେଟ୍ ଓ ସିଟ୍ୱେଲ୍ଟର ବ୍ୟବହାର ତଥା ଦାୟିତ୍ୱପୂର୍ଣ୍ଣ ଯାତାୟାତର ଗୁରୁତ୍ୱ ସମ୍ପର୍କିତ ବାର୍ତାକୁ ସୃଜନଶୀଳ ଢଙ୍ଗରେ ଉପସ୍ଥାପନ କରିଥିଲେ। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କ ମଧ୍ୟରେ ଛୋଟବେଳୁ ସଡ଼କ ସୁରକ୍ଷା ସମ୍ପର୍କିତ ଉତମ ଅଭ୍ୟାସ ଗଢ଼ି ତୋଳିବା। ଛାତ୍ରଛାତ୍ରୀମାନେ ନିଜେ ଟ୍ରାଫିକ୍ ନିୟମ ପାଳନ କରିବା ସହ ନିଜ ପରିବାର, ବନ୍ଧୁବାନ୍ଧବ ଓ ସମାଜର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ସଡ଼କ ସୁରକ୍ଷା ପ୍ରତି ସଚେତନ କରିପାରିବେ। ଏହାଦ୍ୱାରା ଦୁର୍ଘଟଣା ହ୍ରାସ ସହ ଏକ ସୁରକ୍ଷିତ ଓ ଶୃଙ୍ଖଳିତ ଯାତାୟାତ ବ୍ୟବସ୍ଥା ଗଠନ ଦିଗରେ ସକାରାତ୍ମକ ପରିବର୍ତନ ଆସିପାରିବ। କାର୍ୟ୍ୟକ୍ରମର ଅପରାହ୍ନ ଅଧିବେଶନରେ ଆୟୋଜିତ ପୁରସ୍କାର ବିତରଣୀ ସମାରୋହରେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟର ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଏହା ସେମାନଙ୍କ ସୃଜନଶୀଳତାକୁ ସ୍ୱୀକୃତି ଦେବା ସହ ସଡ଼କ ସୁରକ୍ଷା ସଚେତନତା କ୍ଷେତ୍ରରେ ଆଗାମୀ ଦିନରେ ଅଧିକ ସକ୍ରିୟ ଭାବେ ଯୋଗଦାନ କରିବାକୁ ପ୍ରେରଣା ଯୋଗାଇଥିଲା। ସଡ଼କ ସୁରକ୍ଷା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ। ଟ୍ରାଫିକ୍ ନିୟମ ପାଳନ, ସତର୍କତାର ସହ ଗାଡ଼ି ଚାଳନା ଏବଂ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ସମ୍ବେଦନଶୀଳ ହେବା ଦ୍ୱାରା ଅନେକ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିବ। ‘ୟଙ୍ଗ ମାଇଣ୍ଡସ୍’ଭଳି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ସଡ଼କ ସୁରକ୍ଷାର ସଚେତନ ଦୂତ ଭାବେ ଗଢ଼ି ତୋଳିବା ସହ ଏକ ଦୁର୍ଘଟଣାମୁକ୍ତ ସମାଜ ଗଠନରେ ସହାୟକ ହେବ ବୋଲି ଆଶା କରାଯାଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande