କାଲିମେଳାରେ ବେଙ୍ଗଲ ହୋଟେଲ୍ ଉଦଘାଟିତ
ମାଲକାନଗିରି , ୧୪ ଅକ୍ଟୋବର (ହି.ସ.)ମାଲକାନଗିରି ଜିଲ୍ଲା କାଲିମେଳା ସହରରେ ନୂତନ ବେଙ୍ଗଲ ହୋଟେଲ୍ ବୁଧବାର ଉଦଘାଟିତ ହୋଇଛି । ଏହି ଉଦଘାଟନି ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ମାଲା ମାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ହୋଟେଲ୍କୁ ଉଦଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, କାଲି
କାଲିମେଳାରେ ବେଙ୍ଗଲ ହୋଟେଲ୍ ଉଦଘାଟିତ


ମାଲକାନଗିରି , ୧୪ ଅକ୍ଟୋବର (ହି.ସ.)ମାଲକାନଗିରି ଜିଲ୍ଲା କାଲିମେଳା ସହରରେ ନୂତନ ବେଙ୍ଗଲ ହୋଟେଲ୍ ବୁଧବାର ଉଦଘାଟିତ ହୋଇଛି । ଏହି ଉଦଘାଟନି ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ମାଲା ମାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ହୋଟେଲ୍କୁ ଉଦଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, କାଲିମେଳା ଭଳି ସହରରେ ଏଭଳି ହୋଟେଲ୍ ଖୋଲିବା ଦ୍ୱାରା ସ୍ଥାନୀୟ ଲୋକେ ଓ ବାହାରୁ ଆସୁଥିବା ଲୋକଙ୍କୁ ଉନ୍ନତ ସେବା ମିଳିପାରିବ । ହୋଟେଲ୍ ମାଲିକ ଓ କର୍ମଚାରୀମାନଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବ୍ୟବସାୟୀ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande