
ଜୟପୁର, 14 ଅକ୍ଟୋବର (ହି.ସ.) ଆୟୁଷ୍ମାନ ଆରୋଗ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡେଙ୍ଗ ପଦର ଠାରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ଉକ୍ତ କାର୍ଯ୍ୟ କ୍ରମରେ ସମୁଦାୟ 5ଟି ପଂଚାୟତର ଗର୍ଭବତୀ ମହିଳା ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଥିଲେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାର ପ୍ରାପ୍ତ ଅଧିକାରୀ ଡ. ଚିନ୍ମୟ କୁମାର ପ୍ରଧାନ ସମସ୍ତ ଗର୍ଭ ବତୀ ମା ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଥିଲେ. ଶ୍ରୀମତୀ ସସ୍ମିତା ସେଠି ଫର୍ମାସିଷ୍ଟ ଶ୍ରୀ ଅଭୟ କୁମାର ଦାସ ଫାର୍ମାସିଷ୍ଟ ରୋଗୀ ମାନଙ୍କୁ ମେଡ଼ିସିନ ପ୍ରଦାନ କରିଥିଲେ ଶ୍ରୀମତୀ ମୁକ୍ତାମଣି ପ୍ରଧାନ ସେକ୍ଟର ପରିଦର୍ଶିକା କାର୍ଯ୍ୟକ୍ରମ ତଦାରଖ କରିଥିଲେ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପଂଚାୟତ ରୂ ଆସିଥିବା ଗର୍ଭବତୀ ମହିଳା ମୋଟ 74 ଜଣ ସ୍ୱାସ୍ଥ୍ୟ ସେବା ପାଇଥିଲେ ଏବଂ ସମସ୍ତ ସ୍ୱାସ୍ଥ୍ୟ କର୍ମୀ କାର୍ଯକ୍ରମ ଟିକୁ ସୁଚାରୁରୂପେ ତୁଲାଇ ଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ପିକେପି