
ଭୁବନେଶ୍ୱର, ୧୪ ଅକ୍ଟୋବର (ହି.ସ)- ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବୁଧବାର ଦିନ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାତଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟଟ କରି ଶ୍ରୀ ସିଂହଦେଓ ଲେଖିଛନ୍ତି ଆଜି ଲକ୍ଷ୍ନୌ ସ୍ଥିତ ମୁଖ୍ୟମନ୍ତ୍ରୀ ଆବାସ ଠାରେ ଉତରପ୍ରଦେଶ ର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୋ ସହ ମୋର ଧର୍ମପତ୍ନୀ ତଥା ବଲାଙ୍ଗିରର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ମଧ୍ୟ ଉପସ୍ଥିତ ରହିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା