ସତ୍ୟବାଦୀ ବ୍ଲକ ଅଧକ୍ଷଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡିର ଧାରଣା
ପୁରୀ, 14 ଅକ୍ଟୋବର (ହି.ସ.)- ଶାନ୍ତିପ୍ରିୟ ସତ୍ୟବାଦୀ ରେ ଏବେ ରାଜନୈତିକ ହିଂସା ଉଗ୍ରରୂପ ନେବାରେ ଲାଗିଛି | ବୁଧବାର ପୂର୍ବାହ୍ନ ସାଢେ ଏଗାରଟା ସମୟରେ କିଛି ବ୍ୟକ୍ତି ବେକରେ ବିଜେପି ଉତ୍ତରୀୟ ପକାଇ ବ୍ଲକ ପରିସରରେ ଧସାଇ ପଶିଥିଲେ | ସେମାନେ ହଟାତ ବ୍ଲକ ଅଧକ୍ଷ ସୁନୀଲ କୁମାର ପଣ୍ଡା ଙ୍କ କାର୍ଯ୍ୟ
ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା


ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା


ପୁରୀ, 14 ଅକ୍ଟୋବର (ହି.ସ.)- ଶାନ୍ତିପ୍ରିୟ ସତ୍ୟବାଦୀ ରେ ଏବେ ରାଜନୈତିକ ହିଂସା ଉଗ୍ରରୂପ ନେବାରେ ଲାଗିଛି | ବୁଧବାର ପୂର୍ବାହ୍ନ ସାଢେ ଏଗାରଟା ସମୟରେ କିଛି ବ୍ୟକ୍ତି ବେକରେ ବିଜେପି ଉତ୍ତରୀୟ ପକାଇ ବ୍ଲକ ପରିସରରେ ଧସାଇ ପଶିଥିଲେ | ସେମାନେ ହଟାତ ବ୍ଲକ ଅଧକ୍ଷ ସୁନୀଲ କୁମାର ପଣ୍ଡା ଙ୍କ କାର୍ଯ୍ୟାଳୟ ର କବାଟ ଭାଙ୍ଗି ଦେଇଥିଲେ | ପରେ ଅଫିସ ରେ ଥିବା ଟିଭି, ପିଣ୍ଟର ମେସିନ, ଲାପଟପ,ସିସିଟିଭି ହାଡଡିସ୍କ, ସହିତ ଆଲମାରୀରେ ଥିବା କିଛି ସରକାରୀ କାଗଜପତ୍ର ସହିତ ବହି ଓ ଜିଣିଷପତ୍ର ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି | ସତ୍ୟବାଦୀ ବିଡିଓ ଦେବାଶିଷ ନାୟକ ପଞ୍ଚାୟତ ସମିତି ସଭାଗୃହ ରୁ ଆସିବା ପରେ ଏପରି ପରିସ୍ଥିତି ଦେଖିଥିଲେ | ବିଡିଓ ସଙ୍ଗେ ସଙ୍ଗେ ସତ୍ୟବାଦୀ ଥାନା ଓ ସତ୍ୟବାଦୀ ତହସିଲଦାର ଙ୍କୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଛି |ଖବର ପାଇ ପୁରୀ ଜିଲ୍ଲା ବିଜେଡି ସଭାପତି ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଅଭିଯୁକ୍ତ ବିଜେପିକର୍ମୀ ମାନଙ୍କୁ ଗିରଫ ପାଇଁ ଦାବୀ କରିଛନ୍ତି । ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଛନ୍ତି ଯଦି

ନ୍ୟାୟ ସଠିକ ନ ପାଏ ତାହେଲେ ଏହି ବ୍ଳକ କାର୍ଯ୍ୟାଳୟ ପରିସରରେ ଆତ୍ମାହୁତି ଦେବେ ବୋଲି ଗଣମାଧ୍ୟମ କୁ କହିଛନ୍ତି | ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ବ୍ଲକ ପରିସର ରେ ଧାରଣା ଦେଇଛନ୍ତି |

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande