କର୍ମ କ୍ଷେତ୍ରରେ ମହିଳା ନିର୍ଯ୍ୟାତନା ବିରୁଦ୍ଧରେ ସଚେତନତା ଶିବିର
ପୁରୀ , 14 ଅକ୍ଟୋବର (ହି.ସ.) ମହିଳା ଟି ପ୍ରଥମେ ମାଆ ଟିଏ।ମାଆ ର ସମ୍ମାନ ପୌରାଣିକ ଠାରୁ ଐତିହାସିକ ପର୍ଯ୍ୟନ୍ତ ସବୁ ଯୁଗରେ ସର୍ବାଗ୍ରେ।ସାମ୍ପ୍ରତିକ ସମାଜ ରେ ମହିଳା ମାନଙ୍କ ପ୍ରତି ଅବହେଳା ଅତ୍ୟନ୍ତ ଦୁଃଖଦ ଓ ପରିତାପର ବିଷୟ।ନିଜ ଅଧିକାର ଓ ଆଇନ ରେ ଥିବା ବ୍ୟବସ୍ଥା ସମ୍ପର୍କରେ ଜାଣିଲେ ଅବହେଳା
କର୍ମ କ୍ଷେତ୍ରରେ ମହିଳା ନିର୍ଯ୍ୟାତନା ବିରୁଦ୍ଧରେ ସଚେତନତା ଶିବିର।


ପୁରୀ , 14 ଅକ୍ଟୋବର (ହି.ସ.) ମହିଳା ଟି ପ୍ରଥମେ ମାଆ ଟିଏ।ମାଆ ର ସମ୍ମାନ ପୌରାଣିକ ଠାରୁ ଐତିହାସିକ ପର୍ଯ୍ୟନ୍ତ ସବୁ ଯୁଗରେ ସର୍ବାଗ୍ରେ।ସାମ୍ପ୍ରତିକ ସମାଜ ରେ ମହିଳା ମାନଙ୍କ ପ୍ରତି ଅବହେଳା ଅତ୍ୟନ୍ତ ଦୁଃଖଦ ଓ ପରିତାପର ବିଷୟ।ନିଜ ଅଧିକାର ଓ ଆଇନ ରେ ଥିବା ବ୍ୟବସ୍ଥା ସମ୍ପର୍କରେ ଜାଣିଲେ ଅବହେଳା ଓ ଅସମ୍ମାନ କୁ ପ୍ରତିହତ କରାଯାଇ ପାରିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି।ଆଜି ପୂର୍ବାହ୍ନରେ ଉପ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ କର୍ମ କ୍ଷେତ୍ରରେ ମହିଳା ନିର୍ଯ୍ୟାତନା ବିରୁଦ୍ଧରେ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ଯୋଗ ଦେଇ ଉପ ଜିଲ୍ଲାପାଳ ରାଜ କିଶୋର ଜେନା ପୌରାଣିକ ଉପାଖ୍ୟାନ ମାଧ୍ୟମରେ ଦୂର୍ଗା, ଲକ୍ଷ୍ମୀ, ପାର୍ବତୀ,କୁନ୍ତୀ,ଦ୍ରୌପଦୀ, ସୀତା ପ୍ରଭୃତି ଙ୍କ ଉଦାହରଣ ମାଧ୍ୟମରେ ମହିଳା ମାନଙ୍କୁ ମିଳୁଥିବା ସମ୍ମାନ ଓ ସ୍ବାଭିମାନ ସମ୍ପର୍କରେ ଆଲୋଚନା କରିବା ସହ ସାମ୍ପ୍ରତିକ ସ୍ଥିତିରେ ମହିଳା ମାନେ ନିଜ ଅଧିକାର ଓ ଦାୟିତ୍ୱ ବିଷୟରେ ଅବଗତ ହୋଇ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଥିଲେ।କୌଣସି ଘଟଣା ଘଟିଲେ ଆଇନ ଅନୁଯାୟୀ ତାହାର ଉପଚାର କରିବା ଆବଶ୍ୟକ।ନୀରବ ହୋଇ ତାହା ସହିବା ଅର୍ଥ ନିର୍ଯ୍ୟାତନା କାରୀ ଙ୍କୁ ପ୍ରୋତ୍ସାହିତ କରିବା ଓ ପରବର୍ତ୍ତୀ ପିଢି ପାଇଁ ବିପଦ ସୃଷ୍ଟି କରିବା ବୋଲି କହିଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ,ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,

ପୋଲିସ ଡିଏସପି ସସ୍ମିତା ବେହେରା, ଇନିସପେକ୍ଟର ସୁକାନ୍ତି ମୁର୍ମ ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କ ସମ୍ମାନ, ଅଧିକାର,ସ୍ବାଭିମାନ କୁ ଅକ୍ଷୁର୍ଣ୍ଣ ରଖିବା ସମସ୍ତଙ୍କ ଦାୟିତ୍ୱ।ସମସ୍ତ କାର୍ଯ୍ୟାଳୟ ରେ ମହିଳା ନିର୍ଯ୍ୟାତନା ଅଭିଯୋଗ ସେଲ ରହିଛି।କୌଣସି କ୍ଷେତ୍ରରେ କିଛି ବି ନିର୍ଯ୍ୟାତନା ଘଟଣା ଘଟିଲେ ତୁରନ୍ତ ଅଭିଯୋଗ କଲେ ସେ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଦୋଷୀ ଦଣ୍ଡିତ ହେବାର ବ୍ୟବସ୍ଥା ରହିଛି ବୋଲି ସ୍ପଷ୍ଟ କରିଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ, ସୁପରଭାଇଜର ବାଲ୍ୟବତୀ ମହାନ୍ତି, ପୋଷଣ ର ଜିଲ୍ଲା ସଂଯୋଜକ ସସ୍ମିତା କର୍ମକାର ପ୍ରମୁଖ ଯୋଗ ଦେଇ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।ଏହି ଶିବିରରେ ସିଡିପିଓ, ସୁପରଭାଇଜର, ଆଇନଜୀବୀ, ସମାଜସେବୀ ପ୍ରମୁଖ ଯୋଗ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande