ମା’ କାଳରାତ୍ରିଙ୍କ ଆଶୀର୍ବାଦ ସମସ୍ତଙ୍କୁ ବିପଦ ଓ ଭୟରୁ ମୁକ୍ତ କରୁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୭ ଅକ୍ଟୋବର (ହି.ସ.)- ନବରାତ୍ରୀର ସପ୍ତମ ଦିବସ ଅବସରରେ ମା’ କାଳରାତ୍ରିଙ୍କ ପ୍ରତି ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଇବା ସହ ସମସ୍ତଙ୍କ ସୁରକ୍ଷା ଓ ମଙ୍ଗଳ କାମନା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡିଆରେ ଏକ ବାର୍ତା ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନବ
cm2


ଭୁବନେଶ୍ୱର, ୧୭ ଅକ୍ଟୋବର (ହି.ସ.)- ନବରାତ୍ରୀର ସପ୍ତମ ଦିବସ ଅବସରରେ ମା’ କାଳରାତ୍ରିଙ୍କ ପ୍ରତି ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଇବା ସହ ସମସ୍ତଙ୍କ ସୁରକ୍ଷା ଓ ମଙ୍ଗଳ କାମନା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସୋସିଆଲ ମିଡିଆରେ ଏକ ବାର୍ତା ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନବରାତ୍ରୀର ସପ୍ତମ ଦିବସରେ ମା’ କାଳରାତ୍ରିଙ୍କୁ କୋଟି କୋଟି ପ୍ରଣାମ। ଦେବୀ କାଳରାତ୍ରି ସମସ୍ତଙ୍କୁ ବିପଦ ଓ ଭୟରୁ ମୁକ୍ତ କରିବା ସହ ସୁରକ୍ଷା ପ୍ରଦାନ କରନ୍ତୁ ବୋଲି ସେ କାମନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande