
ଭୁବନେଶ୍ୱର, ୧୭ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ରାୟଗଡ଼ା ଜିଲ୍ଲାର ଆର.ଗୁଡାରେ ସର୍ବାଧିକ ୪୨.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଗଞ୍ଜାମ ଜିଲ୍ଲାର ବୁଗୁଡ଼ାରେ ୪୧.୦ ମି.ମି., ନୟାଗଡ଼ ଜିଲ୍ଲାର ରଣପୁରରେ ୩୩.୨ ମି.ମି., ଗଞ୍ଜାମ ଜିଲ୍ଲାର ମାଧବରିଡ଼ାରେ ୨୯.୨ ମି.ମି., ପୁରୀ ଜିଲ୍ଲାର ସତ୍ୟବାଦୀରେ ୨୫.୦ ମି.ମି., କଟକ ଜିଲ୍ଲାର ନରାଜରେ ୨୪.୦ ମି.ମି., ନୟାଗଡ଼ ଜିଲ୍ଲାର ଖଣ୍ଡପଡାରେ ୨୧.୮ ମି.ମି., ରାୟଗଡ଼ା ଜିଲ୍ଲାର ରାୟଗଡ଼ାରେ ୨୧.୨ ମି.ମି., କୋରାପୁଟ ଜିଲ୍ଲାର ପଟାଙ୍ଗିରେ ୨୧.୦ ମି.ମି., ରାୟଗଡ଼ା ଜିଲ୍ଲାର ରାୟଗଡ଼ା(ପିଟିଓ)ରେ ୨୧ ମି.ମି., ଗଜପତି ଜିଲ୍ଲାର ଗୁମ୍ମାରେ ୨୦.୦ ମି.ମି., କଟକ ଜିଲ୍ଲାର ମୁଣ୍ଡଳିରେ ୧୮.୪ ମି.ମି. ଏବଂ କୋରାପୁଟ ଜିଲ୍ଲାର ଜୟପୁରରେ ୧୭.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ