ବାର୍ଦ୍ଧକ୍ୟ ଭତ୍ତା ନପାଇ ଗୋତି ଖଟୁଛନ୍ତି ଅସହାୟ
ଗଞ୍ଜାମ, ୧୭ ଅକ୍ଟୋବର (ହି.ସ.)- ଏବେ ମଧ୍ୟ ଅନେକ ଅସହାୟ ବୃଦ୍ଧ ବୃଦ୍ଧା ରାସନ୍ କାର୍ଡ ହେଉ କି ବାର୍ଦ୍ଧକ୍ୟ ଭତ୍ତା ହେଉ କରାଇ ଦେବା ପାଇଁ ପଞ୍ଚାୟତ ଠାରୁ ସହରାଞ୍ଚଳର ପ୍ରତିନିଧି ନେତା କୁଜି ନେତାଙ୍କ ପାଖରେ ବାତି ମାଲି ହୁଅନ୍ତି ମାସ ମାସ ଧରି ବାବୁ ଭାୟାଙ୍କୁ ଗୁହାରି କରନ୍ତି, ଶେଷରେ ବାଧ୍ୟହୋଇ କ
Qertyyuu


ଗଞ୍ଜାମ, ୧୭ ଅକ୍ଟୋବର (ହି.ସ.)- ଏବେ ମଧ୍ୟ ଅନେକ ଅସହାୟ ବୃଦ୍ଧ ବୃଦ୍ଧା ରାସନ୍ କାର୍ଡ ହେଉ କି ବାର୍ଦ୍ଧକ୍ୟ ଭତ୍ତା ହେଉ କରାଇ ଦେବା ପାଇଁ ପଞ୍ଚାୟତ ଠାରୁ ସହରାଞ୍ଚଳର ପ୍ରତିନିଧି ନେତା କୁଜି ନେତାଙ୍କ ପାଖରେ ବାତି ମାଲି ହୁଅନ୍ତି ମାସ ମାସ ଧରି ବାବୁ ଭାୟାଙ୍କୁ ଗୁହାରି କରନ୍ତି, ଶେଷରେ ବାଧ୍ୟହୋଇ କିଏ ମାସ ମାସ ଧରି ପର ଘରେ ବାସନ ମାଜୁଛି ଘର ପାଇଟି କରଛି, କିଏ ପୁଣି ବିଲରେ ଗୋତି ଖଟୁଛି। ଏବେ ମଧ୍ୟ ଜିଲ୍ଲା ତଥା ରାଜ୍ୟର ଅସହାୟ ବୃଦ୍ଧ ବୃଦ୍ଧାଙ୍କ ଏହା ଅତ୍ୟନ୍ତ ବିକଳ ଚିତ୍ର। ସରକାର ପରେ ସରକାର ବଦଳିଲେ ମଧ୍ୟ ଗରିବ ଅସହାୟଙ୍କ ଅବସ୍ଥା ବଦଳୁ ନାହିଁ, ଏପରିକି ଅସହାୟ ବୃଦ୍ଧ ବୃଦ୍ଧା ପରିବାର ସହ କିମ୍ବା ଏକାକୀ ଦାଦାନ ଖଟିବାକୁ ମଧ୍ୟ ବାଧ୍ୟ ହେଉଛନ୍ତି ବୋଲି ଆଜି ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ଆଲୋଚନା ସଭାରେ ମତପ୍ରକାଶ ପାଇଥିଲା ଏବଂ ଅସନ୍ତୋଷ ଦେଖା ଦେଇଥିଲା। ନିକଟରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ବ୍ଳକ ଓ ସଦର ମହକୁମା ମାନଙ୍କରେ ସରକାରଙ୍କ ତରଫରୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରାଯାଇଥିଲା। କିନ୍ତୁ, ଅସହାୟଙ୍କ ନିକଟରେ ସରକାରୀ ପ୍ରଶାସନ ପହଞ୍ଚି ସେମାନଙ୍କୁ ସହାୟତା ପ୍ରଦାନ କଲେ ସେମାନେ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଇଥିଲା। ଅନୁଷ୍ଠାନର ମାସିକ ଆଲୋଚନା ସଭା

ସ୍ଥାନୀୟ ହିଲ୍ ପାଟଣା ସ୍ଥିତ ଜି. ଏସ୍ ଲିଗାଲ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଭାପତି ରାଧା ଚରଣ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ସମ୍ପାଦକୀୟ ପାଠ କରି ପ୍ରସଙ୍ଗ ସମ୍ବନ୍ଧରେ ଆଲୋଚନା କରିବାକୁ ସଭା ଅନୁରୋଧ କରିଥିଲେ।

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଅନୁଷ୍ଠାନ ର ସଭାପତି ତଥା ବିଶିଷ୍ଟ ସ୍ତମ୍ଭକାର ଲେଖକ କବି

ରାଧା ଚରଣ ନାୟକଙ୍କୁ ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରିଥିବାରୁ ଜିଲ୍ଲା ପ୍ରଶାସନକୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିବା ସହ ଶ୍ରୀ ନାୟକଙ୍କୁ

ଅଭିନନ୍ଦନ ଅର୍ପଣ କରାଯାଇଥିଲା ଏବଂ ଅକ୍ଟୋବର ମାସରେ ଜନ୍ମିତ ଅନୁଷ୍ଠାନର ସଦସ୍ୟ ସଦସ୍ୟାଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଅର୍ପଣ କରି ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା। ଏହି ଅବସରରେ ଆସନ୍ତା ଦିନରେ ଅନୁଷ୍ଠାନ ତରଫରୁ କନିଷି ବ୍ଳକ ଏବଂ କୁକୁଡା ଖଣ୍ଡି ବ୍ଳକ ରେ ବରିଷ୍ଠ ନାଗରିକ ସଚେତନତା କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଗଲା।

ଏହି ଆଲୋଚନା ସଭାରେ ଅନୁଷ୍ଠାନର ସଂଯୋଜକ ଗୌରୀଶଙ୍କର ପଟ୍ଟନାୟକ, ସଂପାଦକ ରଜନୀକାନ୍ତ ମଣ୍ଡଳ, କୋଷାଧ୍ୟକ୍ଷ ଲଡୁକେଶ ମିଶ୍ର, ଯୁଗ୍ମ ସମ୍ପାଦକ କେ. କିରଣ କୁମାର ଦୋରା, ବରିଷ୍ଠ ସଦସ୍ୟ ଏ. ଅଶୋକ କୁମାର ପାତ୍ରଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିବାବେଳେ ଆଭାସୀ ମାଧ୍ୟମରେ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର, ନିରଞ୍ଜନ ମହାପାତ୍ର, ଅକ୍ଷୟ କୁମାର ପଟ୍ଟନାୟକ, ମହେନ୍ଦ୍ର କୁମାର ଅଗ୍ରୱାଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ରଜନୀ କାନ୍ତ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande