ଦାରିଦ୍ର୍ୟରୁ ସମୃଦ୍ଧି ଆଡ଼କୁ ଓଡ଼ିଶାର ଦୀର୍ଘ ଯାତ୍ରା: ନବୀନ ପଟ୍ଟନାୟକ
ଭୁବନେଶ୍ୱର, ୧୭ ଅକ୍ଟୋବର (ହି.ସ.)- ଗତ ଅଢ଼େଇ ଦଶନ୍ଧି ମଧ୍ୟରେ ଓଡ଼ିଶା ଦାରିଦ୍ର୍ୟରୁ ସମୃଦ୍ଧି ଆଡ଼କୁ ଏକ ଦୀର୍ଘ ଯାତ୍ରା କରିଛି ଏବଂ ଦେଶରେ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ସର୍ବାଧିକ ଅଗ୍ରଗତି ହାସଲ କରିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆନ୍ତର୍ଜାତିକ ଦାରିଦ୍ର୍ୟ ଦୂରୀକରଣ ଦି
naveen


ଭୁବନେଶ୍ୱର, ୧୭ ଅକ୍ଟୋବର (ହି.ସ.)- ଗତ ଅଢ଼େଇ ଦଶନ୍ଧି ମଧ୍ୟରେ ଓଡ଼ିଶା ଦାରିଦ୍ର୍ୟରୁ ସମୃଦ୍ଧି ଆଡ଼କୁ ଏକ ଦୀର୍ଘ ଯାତ୍ରା କରିଛି ଏବଂ ଦେଶରେ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ସର୍ବାଧିକ ଅଗ୍ରଗତି ହାସଲ କରିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ଆନ୍ତର୍ଜାତିକ ଦାରିଦ୍ର୍ୟ ଦୂରୀକରଣ ଦିବସ ଅବସରରେ ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି ନବୀନ କହିଛନ୍ତି ଯେ, ଅନ୍ତର୍ଭୁକ୍ତୀକରଣ ନୀତି ଏବଂ ଲକ୍ଷ୍ୟଭିତିକ ପଦକ୍ଷେପ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇପାରିଛନ୍ତି। ସମାଜର ଅବହେଳିତ ବର୍ଗ ସଶକ୍ତ ହୋଇଥିବାବେଳେ ଗରିବ ଲୋକଙ୍କ ଜୀବନରେ ନିରାଶା ବଦଳରେ ଆଶା ସଂଚାର ହୋଇଛି।

ବିକାଶର ସୁଫଳ ଯେପରି ପ୍ରତ୍ୟେକ ପରିବାର ପାଖରେ ପହଂଚିବ ଏବଂ କେହି ଯେପରି ଏଥିରୁ ବଂଚିତ ନ ହେବେ, ସେଥିପାଇଁ ଆନ୍ତର୍ଜାତିକ ଦାରିଦ୍ର୍ୟ ଦୂରୀକରଣ ଦିବସରେ ସମସ୍ତେ ପୁନଃ ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande