
ଗଞ୍ଜାମ, ୧୭ ଅକ୍ଟୋବର (ହି.ସ.)- ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ସ୍ତମ୍ଭକାର ଲେଖକ କବି ରାଧା ଚରଣ ନାୟକଙ୍କୁ ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରିଥିବାରୁ ଜିଲ୍ଲା ପ୍ରଶାସନକୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିବା ସହ ଶ୍ରୀ ନାୟକଙ୍କୁ ଅଭିନନ୍ଦନ ଅର୍ପଣ କରାଯାଇଥିଲା ଏବଂ ଅକ୍ଟୋବର ମାସରେ ଜନ୍ମିତ ଅନୁଷ୍ଠାନର ସଦସ୍ୟ ସଦସ୍ୟାଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଅର୍ପଣ କରି ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା।
ଏହି ଅବସରରେ ଆସନ୍ତା ଦିନରେ ଅନୁଷ୍ଠାନ ତରଫରୁ କନିଷି ବ୍ଳକ ଏବଂ କୁକୁଡା ଖଣ୍ଡି ବ୍ଳକ ରେ ବରିଷ୍ଠ ନାଗରିକ ସଚେତନତା କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଗଲା। ଏହି ଆଲୋଚନା ସଭାରେ ଅନୁଷ୍ଠାନର ସଂଯୋଜକ ଗୌରୀଶଙ୍କର ପଟ୍ଟନାୟକ, ସଂପାଦକ ରଜନୀକାନ୍ତ ମଣ୍ଡଳ, କୋଷାଧ୍ୟକ୍ଷ ଲଡୁ କେଶ ମିଶ୍ର, ଯୁଗ୍ମ ସମ୍ପାଦକ କେ. କିରଣ କୁମାର ଦୋରା, ବରିଷ୍ଠ ସଦସ୍ୟ ଏ. ଅଶୋକ କୁମାର ପାତ୍ରଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିବାବେଳେ ଆଭାସୀ ମାଧ୍ୟମରେ, ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର, ନିରଞ୍ଜନ ମହାପାତ୍ର, ଅକ୍ଷୟ କୁମାର ପଟ୍ଟନାୟକ, ମହେନ୍ଦ୍ର କୁମାର ଅଗ୍ରୱାଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ରଜନୀକାନ୍ତ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ