
ଭୁବନେଶ୍ୱର, ୧୭ ଅକ୍ଟୋବର (ହି.ସ.)- ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜବାଦୀ ଆନ୍ଦୋଳନର ଅନ୍ୟତମ ପୁରୋଧା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।
ସୋସିଆଲ ମିଡିଆରେ ଏକ ବାର୍ତା ଜରିଆରେ ସେ କହିଛନ୍ତି ଯେ, ରାଜ୍ୟରେ ପ୍ରଜାମଣ୍ଡଳ ଆନ୍ଦୋଳନକୁ ବ୍ୟାପକ କରିବା ସହ ସମାଜର ଅସହାୟ ଓ ନିଷ୍ପେଷିତ ବର୍ଗଙ୍କ କଲ୍ୟାଣ ପାଇଁ ସାରଙ୍ଗଧର ଦାସଙ୍କ ଅବଦାନ ଅବିସ୍ମରଣୀୟ। ତାଙ୍କର ଏହି ମହତ୍ କାର୍ଯ୍ୟ ଓ ସମାଜ ପ୍ରତି ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା