ମଣିପୁରରେ ବିଭିନ୍ନ ଅପରେସନରେ ମଣିପୁରରେ ବିଭିନ୍ନ ଅଭିଯାନରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ
ଇମ୍ଫାଲ, ୧୭ ଅଗଷ୍ଟ (ହି.ସ.)। ମଣିପୁର ପୁଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ରାଜ୍ୟରେ ଉଗ୍ରବାଦୀ କାର୍ଯ୍ୟକଳାପ, ମାଦକଦ୍ରବ୍ୟ ଚୋରାଚାଲାଣ ସମେତ ଅନ୍ୟାନ୍ୟ ଅପରାଧ ବିରୋଧରେ ନିରନ୍ତର ଅଭିଯାନ ଚଳାଇଛନ୍ତି। ଏହି କ୍ରମରେ ବିଭିନ୍ନ ସ୍ଥାନରେ ଚାଲିଥିବା ଅଭିଯାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବା
मणिपुर में सुरक्षा बल एवं पुलिस के संयुक्त अभियान के दौरान बरामद हथियारों की तस्वीर


मणिपुर में सुरक्षा बल एवं पुलिस के संयुक्त अभियान के दौरान बरामद हथियारों की तस्वीर


ଇମ୍ଫାଲ, ୧୭ ଅଗଷ୍ଟ (ହି.ସ.)। ମଣିପୁର ପୁଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ରାଜ୍ୟରେ ଉଗ୍ରବାଦୀ କାର୍ଯ୍ୟକଳାପ, ମାଦକଦ୍ରବ୍ୟ ଚୋରାଚାଲାଣ ସମେତ ଅନ୍ୟାନ୍ୟ ଅପରାଧ ବିରୋଧରେ ନିରନ୍ତର ଅଭିଯାନ ଚଳାଇଛନ୍ତି। ଏହି କ୍ରମରେ ବିଭିନ୍ନ ସ୍ଥାନରେ ଚାଲିଥିବା ଅଭିଯାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି।

ମଣିପୁର ପୁଲିସ ମୁଖ୍ୟାଳୟ ପକ୍ଷରୁ ଶନିବାର ସୋସିଆଲ ମିଡିଆରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ଶୁକ୍ରବାର କାଙ୍ଗପୋକପି-ତାମେଙ୍ଗଲଙ୍ଗ ଅକ୍ଷରେ ଥିବା ଆଇଟି ରୋଡ୍ର ଲାସନ ଓ ଲାଙ୍ଗକା ଅଞ୍ଚଳରେ ମଣିପୁର ପୁଲିସ ଏବଂ ସିଆରପିଏଫ୍ର ମିଳିତ ଅଭିଯାନ ଚାଲିଥିଲା। ଏହି ଅଭିଯାନରେ ଗୋଟିଏ ଏସ୍ଏଲ୍ଆର୍ ରାଇଫଲ୍, ଗୋଟିଏ ଇନ୍ସାସ୍ ରାଇଫଲ୍, ଗୋଟିଏ ପରିବର୍ତ୍ତିତ .୩୦୩ ରାଇଫଲ୍, ଗୋଟିଏ ପମ୍ପି ଗନ୍, ପାଞ୍ଚଟି ସିଙ୍ଗଲ୍/ଡବଲ୍ ବ୍ୟାରେଲ୍ ବନ୍ଧୁକ ଏବଂ ବିଭିନ୍ନ ପ୍ରକାରର ଗୋଳାବାରୁଦ ଜବତ ହୋଇଛି।

ଏହାସହ ଗତ ଗୁରୁବାର ଇମ୍ଫାଲ ପଶ୍ଚିମ ଜିଲ୍ଲାର ଲାମଡେଙ୍ଗ ମାଖା ଲିକାଇ ଅଞ୍ଚଳରେ ମଣିପୁର ପୁଲିସର ସିଡିଓ ଆଇଡବ୍ଲ୍ୟୁ ଟିମ୍ ପକ୍ଷରୁ ଚାଲିଥିବା ଅଭିଯାନରେ ଉଗ୍ରବାଦୀ ସଂଗଠନ କେସିପି (ଏମ୍ଏଫ୍ଏଲ୍)ର ଜଣେ ସଦସ୍ୟଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ନାମ ସାଇଚେ ବଏସନ୍ କୋମ୍ (୩୭) ଏବଂ ସେ ଇମ୍ଫାଲ ପୂର୍ବ ଜିଲ୍ଲାର ଲୈରୋକ କୋମ୍ ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା।

ତାଙ୍କ ନିକଟରୁ ଗୋଟିଏ .୩୦୩ ଏଲ୍ଏମ୍ଜି, ଗୋଟିଏ ମ୍ୟାଗାଜିନ୍ ସହ ଗୋଟିଏ ଏମ୍୪ ରାଇଫଲ୍, ଗୋଟିଏ ମ୍ୟାଗାଜିନ୍ ସହ ଗୋଟିଏ ଏକେ-୫୬ ରାଇଫଲ୍, ଗୋଟିଏ ମ୍ୟାଗାଜିନ୍ ସହ ଗୋଟିଏ ଏକେ ଆସଲ୍ଟ ରାଇଫଲ୍, ପାଞ୍ଚଟି ଶେଲ୍ ସହ ଗୋଟିଏ ୫୧ ମିଲିମିଟର ମୋର୍ଟାର ଗନ୍, ଗୋଟିଏ ମ୍ୟାଗାଜିନ୍ ସହ ଗୋଟିଏ .୩୨ ପିସ୍ତଲ୍, ତିନୋଟି ‘ନମ୍ବର ୩୬ ଏଚ୍ଇ’ ଗ୍ରେନେଡ୍, ଗୋଟିଏ ଚୀନ୍ ହ୍ୟାଣ୍ଡ ଗ୍ରେନେଡ୍, ଚାରିଟି ଲାଥୋଡ୍ ଶେଲ୍, ବିଭିନ୍ନ କ୍ୟାଲିବରର ୮୭ ରାଉଣ୍ଡ ଗୁଳି, ପାଞ୍ଚଟି ଡେଟୋନେଟର୍, ଛଅଟି ହ୍ୟାଣ୍ଡହେଲ୍ଡ ସେଟ୍, ତିନୋଟି ଚାର୍ଜର୍ ଏବଂ ଗୋଟିଏ ଗାଡ଼ି ଜବତ କରାଯାଇଛି।

ଉଭୟ ଘଟଣାରେ ପୁଲିସ ପୃଥକ ମାମଲା ରୁଜୁ କରି ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande