ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ମହିଳା କବାଡି ଦଳକୁ ଭେଟିଲେ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ, ୧୬ ଅକ୍ଟୋବର (ହି.ସ.) ରେଳବାଇ କ୍ରୀଡ଼ା ପ୍ରୋତ୍ସାହନ ବୋର୍ଡ ମାଧ୍ୟମରେ କ୍ରୀଡ଼ା ପ୍ରତିଭାକୁ ପ୍ରୋତ୍ସାହିତ କରୁଛି ଭାରତୀୟ ରେଳବାଇ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀସ୍ଥିତ ରେଳ ଭବନଠାରେ ଭାରତୀୟ ମହିଳା କବାଡ଼ି ଦଳର ସଦସ୍ୟାମାନଙ୍କୁ ଭେଟିଛନ୍ତି। ଜାପାନର ଆଇଚି
ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ମହିଳା କବାଡି ଦଳକୁ ଭେଟିଲେ ଅଶ୍ୱିନୀ ବୈଷ୍ଣବ


ନୂଆଦିଲ୍ଲୀ, ୧୬ ଅକ୍ଟୋବର (ହି.ସ.) ରେଳବାଇ କ୍ରୀଡ଼ା ପ୍ରୋତ୍ସାହନ ବୋର୍ଡ ମାଧ୍ୟମରେ କ୍ରୀଡ଼ା ପ୍ରତିଭାକୁ ପ୍ରୋତ୍ସାହିତ କରୁଛି ଭାରତୀୟ ରେଳବାଇ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀସ୍ଥିତ ରେଳ ଭବନଠାରେ ଭାରତୀୟ ମହିଳା କବାଡ଼ି ଦଳର ସଦସ୍ୟାମାନଙ୍କୁ ଭେଟିଛନ୍ତି। ଜାପାନର ଆଇଚି-ନାଗୋୟାଠାରେ ଅନୁଷ୍ଠିତ ୨୦୨୬ ଏସୀୟ କ୍ରୀଡ଼ାରେ ଏହି ଦଳ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି।

୨୦୨୬ ସେପ୍େଟମ୍ବର ୨୬ରେ ଅନୁଷ୍ଠିତ ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଫାଇନାଲ୍ ମ୍ୟାଚ୍ରେ ଇରାନକୁ ୩୭-୩୪ ପଏଣ୍ଟରେ ପରାସ୍ତ କରି ଭାରତୀୟ ମହିଳା କବାଡ଼ି ଦଳ ସ୍ୱର୍ଣ୍ଣ ପଦକ ଜିତିବା ସହ ଏସୀୟ କ୍ରୀଡ଼ାରେ ନିଜ ଟାଇଟଲ୍ ବଜାୟ ରଖିଛି। ଏହି ସଫଳତା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ରେଳବାଇର ମହିଳା କ୍ରୀଡ଼ାବିତ୍ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଖେଳାଳିମାନଙ୍କ ନିଷ୍ଠା, ଦୃଢ଼ ସଂକଳ୍ପ ଓ ଉତ୍କୃଷ୍ଟ କ୍ରୀଡ଼ା ପ୍ରଦର୍ଶନର ପ୍ରଶଂସା କରି ସେମାନେ ତ୍ରିରଙ୍ଗାର ଗୌରବ ବୃଦ୍ଧି କରିବା ସହ ଦେଶ ପାଇଁ ସମ୍ମାନ ଆଣିଥିବା ଉଲ୍ଲେଖ କରିଛନ୍ତି। ନୀତା ମୋରେଶ୍ୱର ଦାଦୱେ ଦଳର ପ୍ରଶିକ୍ଷକ ଥିବାବେଳେ ପୁଷ୍ପା ରାଣା ଦଳର ଅଧିନାୟିକା ଥିଲେ।

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିବା ରେଳବାଇର କ୍ରୀଡ଼ାବିତ୍ମାନଙ୍କ ମଧ୍ୟରେ ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ମୁଖ୍ୟ ପ୍ରଶିକ୍ଷିକା ନୀତା ମୋରେଶ୍ୱର ଦାଦୱେ, ରିତୁ ନେଗି ଓ ପିଙ୍କି ରୟ; ଉତ୍ତର ରେଳବାଇର ପୂଜା ଏବଂ ପଶ୍ଚିମ ରେଳବାଇର ସୋନାଲି ବିଷ୍ଣୁ ଶିଙ୍ଗାଟେ ଓ ରାଜ ରାଣୀ ସାମିଲ ଥିଲେ।

ରେଳବାଇ କ୍ରୀଡ଼ା ପ୍ରୋତ୍ସାହନ ବୋର୍ଡ ଜରିଆରେ କ୍ରୀଡ଼ା ପ୍ରତିଭାର ବିକାଶ କ୍ଷେତ୍ରରେ ଭାରତୀୟ ରେଳବାଇର ଏକ ଦୀର୍ଘ ରେକର୍ଡ ରହିଛି। ଏହାର କ୍ରୀଡ଼ାବିତମାନେ ଅଲିମ୍ପିକ୍ କ୍ରୀଡା, ବିଶ୍ୱ ଚାମ୍ପିଅନସିପ୍, ଏସୀୟ କ୍ରୀଡା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡା ସମେତ ପ୍ରମୁଖ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ନିଯୁକ୍ତି ସହିତ କ୍ରୀଡ଼ା କ୍ୟାରିୟରକୁ ଅନୁସରଣ କରିବା ପାଇଁ ସଂସ୍ଥାଗତ ସମର୍ଥନ ଏବଂ ସୁଯୋଗ ମାଧ୍ୟମରେ, ଭାରତୀୟ ରେଳବାଇ ଦେଶରେ କ୍ରୀଡ଼ା ପ୍ରତିଭାର ବିକାଶରେ ଯୋଗଦାନ ଜାରି ରଖିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande