ଗାଡି ଧକ୍କା ପରେ ମାଡ଼ ମାରି ସ୍କୁଟି ଲୁଟ୍ ଅଭିଯୋଗ : ଜଣେ ଗିରଫ
ଗଞ୍ଜାମ, ୧୭ ଅକ୍ଟୋବର (ହି.ସ.)- ବ୍ରହ୍ମପୁର ସିଦ୍ଧାର୍ଥ ନଗର ପରିବା ବଜାର ନିକଟରେ ଗାଡି ଧକ୍କା ପରେ ମାଡ଼ ମାରି ସ୍କୁଟି ଲୁଟ୍ ଅଭିଯୋଗରେ ବୈଦ୍ୟନାଥପୁର ପୋଲିସ ଜଣକୁ ଗିରଫ କରିଛି। ଅନିଲ କୁମାର ଡକୁଆ (୩୩), ସିଦ୍ଧାର୍ଥ ନଗର ଅଭିଯୋଗ କରିଥିଲେ ଯେ, ପୁଅ ସହ ପରିବା ବଜାରରେ ଥିବା ବେଳେ ସ୍କର୍ପିଓ ନଂ
ଗାଡି ଧକ୍କା ପରେ ମାଡ଼ ମାରି ସ୍କୁଟି ଲୁଟ୍ ଅଭିଯୋଗ : ଜଣେ ଗିରଫ


ଗଞ୍ଜାମ, ୧୭ ଅକ୍ଟୋବର (ହି.ସ.)- ବ୍ରହ୍ମପୁର ସିଦ୍ଧାର୍ଥ ନଗର ପରିବା ବଜାର ନିକଟରେ ଗାଡି ଧକ୍କା ପରେ ମାଡ଼ ମାରି ସ୍କୁଟି ଲୁଟ୍ ଅଭିଯୋଗରେ ବୈଦ୍ୟନାଥପୁର ପୋଲିସ ଜଣକୁ ଗିରଫ କରିଛି।

ଅନିଲ କୁମାର ଡକୁଆ (୩୩), ସିଦ୍ଧାର୍ଥ ନଗର ଅଭିଯୋଗ କରିଥିଲେ ଯେ, ପୁଅ ସହ ପରିବା ବଜାରରେ ଥିବା ବେଳେ ସ୍କର୍ପିଓ ନଂ ଓଡି୦୭ଏ-୪୪୪୪ ତାଙ୍କ ଜୁପିଟର ସ୍କୁଟି ନମ୍ବର ଓଡି୦୭ବି-୩୩୨୧କୁ ଧକ୍କା ଦେଇଥିଲା। ପରେ ସ୍କର୍ପିଓ ଆରୋହୀ ତାଙ୍କୁ ମାଡ଼ ମାରି ସ୍କୁଟି ନେଇ ଫେରାର ହୋଇଗଲେ। ଏନେଇ ବୈଦ୍ୟନାଥପୁର ଥାନା କେସ ନଂ ୫୨୯/୨୦୨୬ ଧାରା ୩୦୯(୬) ବି.ଏନ.ଏସ.ରେ ମାମଲା ରୁଜୁ ହେଵାପରେ ତଦନ୍ତକାରୀ ପୋଲିସର ଘଟଣାସ୍ଥଳ ପରିଦର୍ଶନ, ସାକ୍ଷୀ ପରୀକ୍ଷା ଓ ଗାଡି ନମ୍ବର ଯାଞ୍ଚ କରି ସ୍କର୍ପିଓକୁ ଠାବ କରି ଜବତ କରିଛନ୍ତି। ପ୍ରାଥମିକ ପ୍ରମାଣ ଆଧାରରେ ଅଭିଯୁକ୍ତ ଚିଙ୍କରା କୁମାର ବେହେରା (୩୭), ଷ୍ଟେସନ ରୋଡ, ଛତ୍ରପୁରକୁ ଆଜି ଗିରଫ କରି ଏସଡିଜେଏମ ବ୍ରହ୍ମପୁର କୋର୍ଟକୁ ଚାଲାଣ କରାଯାଇଛି। ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande