
ଝାରସୁଗୁଡ଼ା, ୧୭ ଅକ୍ଟୋବର (ହି.ସ.)- ସହରାଞ୍ଚଳ ମିଶନଶକ୍ତି ଭବନ ସଭାଗୃହରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନସ୍ଥ ୯୭ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ନେଇ ଗତ ଦୁଇ ଦିନ ଧରି ମମତା - ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।
ମମତା ପିଏ ଚିନ୍ମୟୀ ଜେନାଙ୍କ ଦ୍ୱାରା ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଡି.ପି.ସି. ତୁଷାର କାନ୍ତ ନାଏକ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଝାରସୁଗୁଡ଼ାରୁ ଶିଲା ପ୍ରଧାନ, ସଞ୍ଜୟ କୁମାର ଭୋଇ ଏବଂ ସିଡ଼ିପିଓ ସଲମା ଟୁଡୁ ଏବଂ ମହିଳା ପ୍ରଦର୍ଶିକା ବରୁଣା ସା ଓ ସୁବାଶିନୀ ନାଏକ ପ୍ରମୁଖ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ।
ଏହି ଶିବିରରେ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ମମତା, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର କମାଇବା। ଶେଷରେ ମମତା ପିଏ ଚିନ୍ମୟୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ