
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ନବରାତ୍ରୀର
ଅଷ୍ଟମ ଦିବସରେ ମାତା ମହାଗୌରୀଙ୍କୁ ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି
ଅବସରରେ ସେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ନବରାତ୍ରୀର
ଅଷ୍ଟମ ଦିବସରେ ମାତା ମହାଗୌରୀଙ୍କୁ କୋଟି କୋଟି ପ୍ରଣାମ। ଦୟାମୟୀ ମା' ସମସ୍ତଙ୍କୁ ପବିତ୍ରତା, ସମୃଦ୍ଧି ଓ ଶୁଭଫଳ ଦେଇ ଆଶୀର୍ବାଦ ପ୍ରଦାନ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା