
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- କୋଲକାତା
ଦୁର୍ଗାପୂଜା ପେଣ୍ଡାଲ ଦଳଚକଟାକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଦୁଃଖ ପ୍ରକାଶ
କରିଛନ୍ତି । ଏହି ଅବସରରେ ସେ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ,
କୋଲକାତାର ଚୋରବାଗାନ ସାର୍ବଜନୀନ ପୂଜା ମଣ୍ଡପରେ ଦଳାଚକଟା ଯୋଗୁଁ ଘଟିଥିବା ଜୀବନହାନିର ଦୁଃଖଦ
ଘଟଣାରେ ମୋର ମନ ଅତ୍ୟନ୍ତ ଦୁଃଖିତ। ମା’ ଦୁର୍ଗାଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ସେ ଦିବଙ୍ଗତ ଆତ୍ମାମାନଙ୍କୁ ଚିରଶାନ୍ତି ପ୍ରଦାନ କରନ୍ତୁ, ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ ଲାଭ କରାନ୍ତୁ ଏବଂ ଶୋକସନ୍ତପ୍ତ
ପରିବାରବର୍ଗଙ୍କୁ ଏହି ଅପାର ଦୁଃଖ ସହ୍ୟ କରିବା ପାଇଁ ଧୈର୍ଯ୍ୟ, ଶକ୍ତି ଓ ସାହସ ପ୍ରଦାନ କରନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା