
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- କୋଲକାତା
ଦୁର୍ଗାପୂଜା ପେଣ୍ଡାଲରେ ଦଳଚକଟା ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଦୁଃଖ ପ୍ରକାଶ
କରିଛନ୍ତି ।
ଏକ୍ସ ହ୍ୟାଣ୍ଡେଲରେ ଏକ
ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ, ପଶ୍ଚିମବଙ୍ଗର କୋଲକାତାସ୍ଥିତ ଚୋରବାଗାନର ଦୁର୍ଗାପୂଜା
ମଣ୍ଡପରେ ଘଟିଥିବା ଦୁଃଖଦ ଦଳାଚକଟା ଘଟଣାରେ ମୁଁ ଗଭୀର ମର୍ମାହତ। ଏହି ହୃଦୟବିଦାରକ ଘଟଣାରେ
ନିଜ ପ୍ରିୟଜନଙ୍କୁ ହରାଇଥିବା ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା
ଜଣାଉଛି। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ଏବଂ ଏହି ଘଟଣାରେ ପ୍ରଭାବିତ ସମସ୍ତଙ୍କ ସୁରକ୍ଷା ଓ
ମଙ୍ଗଳ କାମନା କରୁଛି। ଏହି ପବିତ୍ର ଭକ୍ତିମୟ ଋତୁରେ ମା’ ଦୁର୍ଗା ଶୋକସନ୍ତପ୍ତ ପରିବାରଗୁଡ଼ିକୁ ଏହି ଦୁଃଖ ସହିବାର ଶକ୍ତି
ପ୍ରଦାନ କରନ୍ତୁ ଏବଂ ସମସ୍ତଙ୍କୁ ସୁରକ୍ଷା ଦିଅନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା