
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- କୋଲକାତା
ଦୁର୍ଗାପୂଜା ପେଣ୍ଡାଲ ଅଘଟଣରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, କୋଲକାତାରେ ଦୁର୍ଗାପୂଜା
ମଣ୍ଡପରେ ଘଟିଥିବା ଦଳାଚକଟାରେ ଏତେ ସଂଖ୍ୟକ ଲୋକଙ୍କ ଦୁଃଖଦ ମୃତ୍ୟୁ ଖବର ଶୁଣି ମୁଁ ଗଭୀର
ମର୍ମାହତ। ନିଜର ଆତ୍ମୀୟସ୍ୱଜନଙ୍କୁ ହରାଇଥିବା ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର
ସମବେଦନା ରହିଛି। ଏହି ଅପୂରଣୀୟ କ୍ଷତିକୁ ସହ୍ୟ କରିବା ପାଇଁ ଈଶ୍ୱର ଶୋକସନ୍ତପ୍ତ
ପରିବାରଗୁଡ଼ିକୁ ଯଥେଷ୍ଟ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ। ଏଥିସହ ଆହତମାନେ ଶୀଘ୍ର ସୁସ୍ଥ
ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା