
ମାଲକାନଗିରି , ୨ ଅକ୍ଟୋବର (ହି.ସ.) - ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ବିଜୁ ଜନତା ଦଳର ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିବା ବେଳେ ଆଜି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଙ୍କ ନେତୃତ୍ୱରେ ମାଲକାନଗିରି ପୌର ପରିଷଦ ଓ ମାଲକାନଗିରି ବ୍ଲକ ଚାଲାଣ ଗୁଡା ଗ୍ରାମ ପଂଚାୟତ ର ଟିଟିବେରୀ ଗ୍ରାମରେ ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଲକାନଗିରି ପୌର ପରିଷଦ ର ଦୈନିକ ବଜାର ଠାରେ ମହାତ୍ମା ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀ ଜୀଙ୍କ ପ୍ରତିମୂର୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ମାଲକାନଗିରି ସହର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ପର୍ଯ୍ୟନ୍ତ ପଦଯାତ୍ରା ରେ ପହଂଚି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ପରେ ପରେ ମାଲକାନଗିରି ବ୍ଲକ ର ଚାଲାଣ ଗୁଡା ଗ୍ରାମ ପଂଚାୟତର ଟିଟିବେରୀ ଗ୍ରାମରେ ୫୦୦ ରୁ ଉର୍ଦ୍ଧ୍ୱ ଜନ ସାଧାରଣ ଙ୍କ ଉପସ୍ଥିତିରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଏକ ଜନ ସମ୍ପର୍କ ପଦଯାତ୍ରାର ସାଧାରଣ ସଭା ଅନୁଷ୍ଠିତ ହେବା ସହ ଟିଟିବେରୀ ଗ୍ରାମର ପ୍ରତ୍ୟେକ ଘରେ ଘରେ ଜନ ସମ୍ପର୍କ ପଦଯାତ୍ରା କରି ଡବଲ ଇଞ୍ଜିନ ସରକାରଙ୍କ ବିଫଳତା ଓ ବିଜେଡି ଶାସନ ସମୟର ସଫଳତାକୁ ନେଇ ବାର୍ତା ଦିଆଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି , ପୂର୍ବତନ ବିଧାୟକ ତଥା ଜନଜାତି ସେଲ୍ ରାଜ୍ୟ ଉପ ସଭାପତିମାନସ ମାଡକାମୀ ଯୋଗ ଦେଇ ନିଜ ଭାଷଣରେ ବିଜେପି ଦଳ ନିର୍ବାଚନ ସମୟରେ ଲୋକ ମାନଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲା। ତାହାକୁ ଗତ ଅଢ଼େଇ ବର୍ଷ ମଧ୍ୟରେ ପୂରଣ କରିଲା ନାହିଁ। ଚାଷୀ, ଯୁବ, ଛାତ୍ର, ନାରୀ, ଆଦିବାସୀ, ଦଳିତ, ସଂଖ୍ୟା ଲଘୁ ଆଦି ସମସ୍ତ ବର୍ଗର ଲୋକେ ପ୍ରତାରଣାର ଶିକାର ହୋଇଛନ୍ତି। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଛି। କେନ୍ଦ୍ର ସରକାର ଏମଏମଡିଆର ଆକ୍ଟ ଜରିଆରେ ସଂଘୀୟ ବ୍ୟବସ୍ଥାର ହତ୍ୟା କରି ଓଡ଼ିଶାର ଅର୍ଥନୈତିକ ଅଧିକାରକୁ କ୍ଷୁଣ୍ଣ କରିଛନ୍ତି । ଗତ ଅଢେଇ ବର୍ଷ ମଧ୍ୟରେ ବିଜେପି ସରକାରଙ୍କ ମାଳ ମାଳ ବିଫଳତା ରହିଛି। ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବୃଦ୍ଧ ବୃଦ୍ଧା, ବିକଳାଙ୍ଗ, ବିଧବା ଆଦିଙ୍କୁ ଭତା ମିଳୁନାହିଁ। ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଇଥିବା ବେଳେ ଲୋକେ ଟଙ୍କା ପାଇଁ ବ୍ୟାଙ୍କରେ ଲାଇନ୍ ଲଗାଇ ଛିଡା ହେଉଛନ୍ତି। ଆବାସ ଗୃହ ନାହିଁ, ଜୀବନ ଜୀବିକା ଉପେକ୍ଷିତ ହୋଇଛି ବୋଲି ଶ୍ରୀ ମାଡକାମୀ ଉପସ୍ଥିତ ଜନ ସାଧାରଣ ଙ୍କୁ ବୁଝାଇଲେ । ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଆଜିର ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦଳୀୟ ପଦାଧିକାରୀ ଓ ଜନ ପ୍ରତିନିଧି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ବିଜୁ ମହିଳା ନେତ୍ରୀ ସମାରି ତଙ୍ଗୁଲ , ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ, ପୌର ପରିଷଦ ଉପାଧ୍ୟକ୍ଷା କବିତା ମହନ୍ତ ,ବିଜେଡି ଜିଲ୍ଲା ବରିଷ୍ଠ ନେତା ତଥା ଆଇନଜୀବୀ ଗୋପାଳ କୃଷ୍ଣ ପଣ୍ଡା, ବିଜେଡି ଜିଲ୍ଲା ଉପ ସଭାପତି ପ୍ରଫୁଲ ପଣ୍ଡା, ସଂଖ୍ୟା ଲଘୁ ସେଲ୍ ଜିଲ୍ଲା ସଭାପତି ରାଜେନ୍ଦ୍ର ଖସଲା, ଜିଲ୍ଲା ବିଜୁ ଛାତ୍ର ସଭାପତି ସୁବ୍ରତ କୁମାର ଦାସ ,ଜିଲ୍ଲା ମହିଳା ନେତ୍ରୀ ପ୍ରଶାନ୍ତିଲତା ବିଶୋଇ , ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ, ପଡିଆ ବ୍ଲକ ଅଧ୍ୟକ୍ଷା ଦେବେ ମାଡି, ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ , ବିଜେଡି ସମ୍ପାଦକ ବିକାଶ ମଣ୍ଡଳ ,ସମ୍ପାଦକ କେ.ରାହୁଲ ,ସମ୍ପାଦକ କଂଟେସ ପୋଟଲା ,ବରିଷ୍ଠ ନେତା କାମେଶ୍ୱର ରାଓ, ଯୁବ ନେତା ଗାନ୍ଧୀ ପଣ୍ଡା , କିଶୋର ସିକଦାର ଚାଲାଣ ଗୁଡା ସରପଂଚ ଅରକ୍ଷିତ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ମଂଚ ପରିଚାଳନା କରିଥିଲେ ମାଲକାନଗିରି ବ୍ଲକ ସଭାପତି ସର୍ବ କୁମାର ବିଶୋଇ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ