
ଯଥାଶୀଘ୍ର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଯମି ସୀମା ନିର୍ଦ୍ଧାରଣ କରନ୍ତୁ ସରକାର, ନହେଲେ ଆନ୍ଦୋଳନ କରିବ ଏବିଭିପି:- ମଞ୍ଜିତ କୁମାର କର୍ମି
ବଲାଙ୍ଗିର, ୦୨ ଅକ୍ଟୋବର (ହି.ସ.) - ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ପେଲେଇ ଲାଇନ୍ ସ୍ଥିତ ଏବିଭିପି କାର୍ଯ୍ୟାଳୟଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହି ସମ୍ମିଳନୀରେ ଦିର୍ଘ ୮ ବର୍ଷ ଧରି ବନ୍ଦ ହୋଇ ଥିବା ଛାତ୍ର ସଂସଦ ନିର୍ବାଚନ କୁ ସରକାର ଏବର୍ଷ ଆରମ୍ଭ କରିବା ସହ ଯଥାଶୀଘ୍ର ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ବୋଲି ଏବିଭିପି ଦାବି କରୁଅଛି। ଛାତ୍ର ସଂସଦ ନିର୍ବାଚନ ହେଲେ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ମାନଙ୍କରେ ନୂତନ ଛାତ୍ର ନେତୃତ୍ୱ ତିଆରି ହେବା ସହ କ୍ୟାମ୍ପସରେ ଦେଖା ଯାଉଥିବା ଅନେକ ସମସ୍ୟା ର ସମାଧାନ ମଧ୍ୟ ହେବ। ବର୍ତମାନ ସାରା ଭାରତରେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ, କେରଳ ଓ ଉତରାଖଣ୍ଡ ରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିପୁଳ ବିଜୟ ହାସଲ କରିଅଛି, ସେହିଭଲି ଯଦି ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ହୁଏ, ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ମାନଙ୍କରେ ବିଦ୍ୟାର୍ଥୀ ପରିଷଦ ଶତ ପ୍ରତିଶତ ବିଜୟ ହାସଲ କରିବ ଓ ନୂତନ ନେତୃତ୍ୱ ସୃଷ୍ଟି ହେବ ବୋଲି ଓଡ଼ିଶା ପଶ୍ଚିମ ପ୍ରାନ୍ତର ସଂଯୋଜକ ମଞ୍ଜିତ କୁମାର
କର୍ମି ମତ ଦେଇଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୂର୍ବରୁ ଏକ ୧୮ ଦଫା ଦାବି ମୁଖ୍ୟମନ୍ତ୍ରୀଙ୍କୁ ଦେଇ ସାରିଛି ,ସେହି ମଧ୍ୟରେ ବହୁ ଚର୍ଚ୍ଚିତ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଯମି ବିବାଦ କୁ ରାଜ୍ୟ ସରକାର ଯଥାଶୀଘ୍ର ନିଜ ଆଗ୍ରହ ପ୍ରକାଶ କରି ସୀମା ନିର୍ଦ୍ଧାରଣ କରନ୍ତୁ ଓ ବିଶ୍ୱବିଦ୍ୟାଳୟର ନାଁ ରେ ନାମିତ କରାଯିବ ସହ ସମ୍ପୁର୍ଣ୍ଣ ବିଶ୍ୱବିଦ୍ୟାଳୟ ଯମି କୁ ବିଶ୍ୱବିଦ୍ୟାଳୟ କୁ ହସ୍ତାନ୍ତର କରନ୍ତୁ , ନହେଲେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ। ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସଂଯୋଜକ ଆଲୋକ ଗୁରାଣ୍ଡି, ନଗର ସହ ସମ୍ପାଦିକା ଝରଣା ବାଗ, ସସ୍ମିତା ରାଏ, ଆଲୋକ ଅରୁପାନନ୍ଦ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ।
----------------
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ