
ଭଦ୍ରକ, ୨ ଅକ୍ଟୋବର (ହି.ସ.) - ବନ୍ତ ବ୍ଲକ ବି.ଟିପୁର ପଚାଂୟତ ପକ୍ଷରୁ କଲେଜ ଛକ ନିକଟରେ ଥିବା ସୁଲଭ ଶୈାଚାଳୟକୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଉଦଘାଟିତ କରାଯାଇଛି । ସକାଳେ ପଚାଂୟତ ସଭା ଗୃହରେ ଗ୍ରାମସଭା କରାଯାଇଥିଲା । ପରେ ୱାର୍ଡ ସଭ୍ୟଙ୍କ ସମେତ ଶତାଧିକ ପଚାଂୟତ ବାସୀ ଏକ ଶୋଭାଯାତ୍ରାରେ ଆସି ବଜାର ସଫେଇ କରିଥିଲେ । ଶେଷରେ ସୁଲଭ ଶୈାଚାଳୟ ଗୃହ ଓ ଶୀତଳ ସୁଦ୍ଧ ପାନୀୟ ଜଳକୁ ବି.ଟି.ପୁର ସରପଚଂ ସୁଭଦ୍ରା ସିଂହ ପଚାଂୟତ ଓ ଅଚଂଳବାସୀଙ୍କ ପାଇଁ ଉତ୍ସର୍ଗୀକୃତ କରିଥିଲେ । କାର୍ଯ୍ୟକ୍ରମରେ ପୁରୁଷଣ୍ଢ ସରପଚଂ ପ୍ରକାଶ ବିଶ୍ୱାଳ, ବଡମହିଷଗୋଠ ସରପଚଂ ବିନୋଦିନୀ ମହାନ୍ତି, ନାଏବ ସରପଚଂ ରମାକାନ୍ତ ବାରିକ, ନିର୍ବାହୀ ଅଧିକାରୀ ବୀର କିଶୋର ନାୟକ, ଗ୍ରାମ ରୋଜଗାର ସେବକ ସସ୍ମିତା ନାୟକ, ପୂର୍ବତନ ସମିତିସଭ୍ୟ ବାବୁରାମ ମଲ୍ଲିକ, ଶିକ୍ଷାବିତ୍୍ ସୁନନ୍ଦ ମହାପାତ୍ରଙ୍କ ସମେତ ମାଇଁ ଭାରତର ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ । ଯୁବନେତା ସପନ ସିଂହଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମକୁ ପ୍ରସନ୍ନ ପାତ୍ର, ବ୍ରଜମୋହନ ମହାନ୍ତି,ସରୋଜ ବାରିକ ପ୍ରମୁଖ ପରିଚାଳନା କରିଥିଲେ । ପ୍ରକାଶଥାଉକି ବି.ଟି ପୁର, ପୁରୁଷଣ୍ଢ, ବଡମହିଷଗୋଠ, ଗୋପିନାଥପୁର ପଚାଂୟତ ସଂଲଗ୍ନ ଆଗରପଡା ମୁଖ୍ୟ ବଜାରରେ ପ୍ରତିଦିନ ଶହ ଶହ ଯାତ୍ରୀ ଓ ପଚାଂୟତବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ ସୁଲଭ ଶୈାଚାଳୟ ଓ ଶୀତଳ ସୁଦ୍ଧ ପାନୀୟ ଜଳ ଲୋକଙ୍କ ପାଇଁ ବେଶ ଉପଯୋଗୀ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ