
ଗଂଜାମ, ୨ ଅକ୍ଟୋବର (ହି.ସ) - ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ତିଥିରେ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ବ୍ରହ୍ମପୁର ଷ୍ଟେସନରୋଡ଼ ଛକସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ ସହ ଏକ ପଥପ୍ରାନ୍ତ ସଭା ସଭାପତି ଡାକ୍ତର ସଙ୍କର୍ଷଣଙ୍କ ଅଧ୍ୟକ୍ଷତାରର ଆୟୋଜିତ ହୋଇଥିଲା । ଏହି ପୂଜ୍ୟ ପୂଜା କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ମହମଦ ଆସଲାମ, ଉପସଭାପତି ମହେନ୍ଦ୍ର ନାଥ ସାହୁ, ସାଙ୍ଗଠନିକ ସମ୍ପାଦକ ପାର୍ବତୀ ପ୍ରସାଦ ପାଢ଼ୀ, କୋଷାଧ୍ୟକ୍ଷ ସୁନୀଲ କୁମାର ସାହୁ, ସଞ୍ଜୟ ଅଚାରୀ, ସରୋଜ ରଞ୍ଜନ ପଟନାୟକ, ଦେବରାଜ କୋଠିଆ, ମାନସ ରଞ୍ଜନ ପାତ୍ର,ପଦ୍ମିନୀ ମିଶ୍ର, ନିବେଦିତା ପାଢ଼ୀ, ଡ଼. ମିହିର ତ୍ରିପାଠୀ, ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗଦେଇ ଜାତିର ଜନକ ପୂଜ୍ୟ ମହାତ୍ମାଗାନ୍ଧୀ ଓ ବିଶିଷ୍ଟ ଜନନାୟକ ଜୟ ଯବାନ ଜୟ କିସନର ପ୍ରବକ୍ତା ନିଷ୍କଳଙ୍କ ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶାସ୍ତ୍ରିଜୀଙ୍କ ସ୍ମୃତି ଓ ଦେଶ ତଥା ବିଶ୍ୱ ପାଇଁ ସେମାନଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ