
ଭୁବନ, ୦୨ ଅକ୍ଟୋବର (ହି.ସ.) - ଢ଼େଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଂଚଳ ପରିଷଦରେ ଦୁର୍ଗାପୂଜାରେ ପାରମ୍ପରିକ ଭାବେ ବଳଦ ଯାତ୍ରା ଅନୁଷ୍ଠିତ ହୋଇଥାଏ । ବଳଦ ଯାତ୍ରା ହେଉଛି ଭୁବନ ର ଅନ୍ୟ ଏକ ପରିଚୟ । ଏଥିପାଇଁ ଦୁର୍ଗାପୂଜାର ମାସକ ଆଗରୁ ଯାତ୍ରାରେ ବଳଦ ଆଉ ନତରକିବା ପାଇଁ କୁ ବଳଦ କୁ ସଜେଇ ବାଜା ବଜାଇ ସହର ପରିକ୍ରମା କରାଯାଇଥାଏ । ସନ୍ଧ୍ୟା ସମୟରେ ବିଭିନ୍ନ ସାହିରୁ ବଳଦଙ୍କୁ ପ୍ରସ୍ତୁତି କରାଯାଉଥିବା ବେଳେ ନିଆରା ଢଙ୍ଗରେ ଅରାସାହି ତରଫରୁ ଏକ ସୁନ୍ଦର ଉଚ୍ଚ ଓ ହୃଷ୍ଟପୃଷ୍ଟ ବଳଦ କୁ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏଥିରେ ଜଗବନ୍ଧୁ ନାୟକ, କୁନା ନାୟକ,ବସନ୍ତ ସାହୁ, ରାମ ନାୟକ,ରାକେଶ ପୋଥାଳ, ସନ୍ତୋଷ ରାଉଳ, ହରି ନାୟକ, ସୁଶାନ୍ତ ନାୟକ, ଧର୍ମାନନ୍ଦ ପୃଷ୍ଟି ଅଂଶ ଗ୍ରହଣ କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ