ନୟାପଲ୍ଲୀ ଅଂଚଳରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ମହିଳା କମିଶନଙ୍କ ଉଦବେଗ
ଭୁବନେଶ୍ୱର, 02 ଅକ୍ଟୋବର (ହି.ସ.) - ଭୁବନେଶ୍ୱର ନୟାପଲ୍ଲୀ ଅଂଚଳରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ମହିଳା କମିଶନ ଉଦବେଗ ପ୍ରକାଶ କରିବା ସହ ରିପୋର୍ଟ ତଲବ କରିଛନ୍ତି। ୧୫ ଦିନ ମଧ୍ୟରେ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମହିଳା କମିଶନ ସଦସ୍ୟା ଉର
ନୟାପଲ୍ଲୀ ଅଂଚଳରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ମହିଳା କମିଶନଙ୍କ ଉଦବେଗ


ଭୁବନେଶ୍ୱର, 02 ଅକ୍ଟୋବର (ହି.ସ.) - ଭୁବନେଶ୍ୱର ନୟାପଲ୍ଲୀ ଅଂଚଳରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ମହିଳା କମିଶନ ଉଦବେଗ ପ୍ରକାଶ କରିବା ସହ ରିପୋର୍ଟ ତଲବ କରିଛନ୍ତି। ୧୫ ଦିନ ମଧ୍ୟରେ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମହିଳା କମିଶନ ସଦସ୍ୟା ଉର୍ମିଲା ମହାପାତ୍ର ନୟାପଲ୍ଲୀ ଥାନା ଅଧିକାରୀଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି ।

ମହିଳା କମିଶନ ସଦସ୍ୟା ଉର୍ମିଲା ମହାପାତ୍ର କହିଛନ୍ତି, ପୀଡ଼ିତା ସୁରକ୍ଷିତ, ତଦନ୍ତରେ ପୋଲିସ ବେଶ୍ ଆକ୍ଟିଭ ରହିଛି । ପୀଡ଼ିତା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ, ଘଟଣାର ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରହିଛି ।

ପୀଡ଼ିତାଙ୍କ ସୁରକ୍ଷା ପ୍ରତି ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସଚେତନ ରହିଛି. ସରକାର ମଧ୍ୟ ଘଟଣା ଉପରେ ନଜର ରଖିଛନ୍ତି. ଦୋଷୀ ଯିଏ ହୋଇଥାଉ ନା କାହିଁକି, ତାଙ୍କୁ ଖୁବ୍ଶୀଘ୍ର ଧରାଯିବ ଏବଂ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି.ମହିଳାଙ୍କ ବିରୋଧରେ ଅପରାଧ କେବଳ ରାସ୍ତା କିମ୍ବା ସାର୍ବଜନୀନ ସ୍ଥାନରେ ନୁହେଁ, ଘର ଭିତରେ ମଧ୍ୟ ଘଟିପାରେ. ତେଣୁ ଏଭଳି ଘଟଣା ରୋକିବା ସହ ଦୁଷ୍ଟ ମାନସିକତାର ପରିବର୍ତ୍ତନ ଆବଶ୍ୟକ ବୋଲି କହିଛନ୍ତି ଉର୍ମିଳା ।

ସୂଜନାଯଗ୍ୟ ଯେ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଦୁର୍ବୃତ୍ତର ଏଯାଏଁ ପତ୍ତା ମିଳିନାହିଁ। ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୋଲିସ। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ସ୍ପେଶାଲ ଟିମ୍ ଗଠନ କରି ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande