ବ୍ଲକ କାର୍ଯ୍ୟାଳୟ ପରିସରରେ ନିର୍ମାଣ କାର୍ଯ୍ୟରେ ନିୟମ ଉଲ୍ଲଂଘନ ଅଭିଯୋଗ : ସୂଚନା ଫଳକରେ କର୍ମଚାରୀଙ୍କ କୋଠା ନିର୍ମାଣର ବି ତଥ୍ୟ ନାହିଁ : ଉନ୍ନୟନ କାର୍ଯ୍ୟର ସ୍ଵଚ୍ଛତା ନେଇ ଉଠିଲା ପ୍ରଶ୍ନବାଚୀ
ବ୍ଲକ କାର୍ଯ୍ୟାଳୟ ପରିସରରେ ନିର୍ମାଣ କାର୍ଯ୍ୟରେ ନିୟମ ଉଲ୍ଲଂଘନ ଅଭିଯୋଗ
ବ୍ଲକ କାର୍ଯ୍ୟାଳୟ ପରିସରରେ  ନିର୍ମାଣ କାର୍ଯ୍ୟରେ ନିୟମ ଉଲ୍ଲଂଘନ ଅଭିଯୋଗ


ବ୍ଲକ କାର୍ଯ୍ୟାଳୟ ପରିସରରେ  ନିର୍ମାଣ କାର୍ଯ୍ୟରେ ନିୟମ ଉଲ୍ଲଂଘନ ଅଭିଯୋଗ


ସମ୍ବଲପୁର, ୨ ଅକ୍ଟୋବର (ହି.ସ.)- ସରକାରଙ୍କ ଉନ୍ନୟନ କାର୍ଯ୍ୟରେ ସ୍ୱଚ୍ଛତା ଓ ଉତ୍ତର ଦାୟିତ୍ୱକୁ ଗୁରୁତ୍ୱ ଦିଆଯାଉ ଥିବାବେଳେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କାର୍ଯ୍ୟାଳୟ ପରିସରରେ ହେଉଥିବା ଏକ ନିର୍ମାଣ କାର୍ଯ୍ୟକୁ ନେଇ ଉଠିଛି ପ୍ରଶ୍ନବାଚୀ । ବ୍ଲକ କର୍ମଚାରୀଙ୍କ ପାଇଁ ବ୍ଲକ୍ ଆଇବି ନିକଟରେ ଏକ ନୂତନ କୋଠା ନିର୍ମାଣ ଚାଲିଛି । ହେଲେ ସୂଚନା ଫଳକରେ କାର୍ଯ୍ୟ ସମ୍ପର୍କିତ କୌଣସି ଆବଶ୍ୟକ ତଥ୍ୟ ଉଲ୍ଲେଖ ନଥିବା ଦେଖିବାକୁ ମିଳିଛି ।

କାର୍ଯ୍ୟର ଅନୁମୋଦିତ ଅର୍ଥରାଶି କେତେ ? କେଉଁ ସଂସ୍ଥା କିମ୍ବା ଠିକାଦାରଙ୍କ ମାଧ୍ୟମରେ ଏହି ନିର୍ମାଣ କାର୍ଯ୍ୟ ହେଉଛି ? କେବେ ଠାରୁ କାର୍ଯ୍ୟ ଆରମ୍ଭ ଓ କେବେ ନିର୍ମାଣ କାର୍ଯ୍ୟ ଶେଷ ହେବ ସେ ସମ୍ପର୍କିତ ସୂଚନା ମଧ୍ୟ ଉଲ୍ଲେଖ ନଥିବା ଜଣାପଡ଼ିଛି । ବ୍ଲକ୍ ପ୍ରଶାସନର ନାକ ତଳେ ହେଉଥିବା ନିର୍ମାଣ କାର୍ଯ୍ୟରେ ଯେତେବେଳେ କୌଣସି ସଠିକ୍ ସୂଚନା ରହୁନାହିଁ, ସେତେବେଳେ ଦୂର ଦୁରାନ୍ତରେ ହେଉଥିବା ସରକାରୀ କାର୍ଯ୍ୟରେ କି ପ୍ରକାରର ସ୍ୱଚ୍ଛତା ଅବଲମ୍ବନ କରାଯାଉଥିବ ତାହା ସହଜେ ଅନୁମେୟ ।

ବିଶେଷକରି ବିଡିଓଙ୍କ କାର୍ଯ୍ୟାଳୟ ପରିସର ଭଳି ସରକାରୀ ନିରୀକ୍ଷଣ ଅଧୀନ ଅଞ୍ଚଳରେ ଯଦି ନିର୍ମାଣ କାର୍ଯ୍ୟର ତଥ୍ୟ ସ୍ପଷ୍ଟ ଭାବେ ପ୍ରଦର୍ଶିତ ନହୁଏ, ତେବେ ଗ୍ରାମାଞ୍ଚଳରେ ଚାଲୁଥିବା ଅନ୍ୟ ଉନ୍ନୟନ କାର୍ଯ୍ୟର ସ୍ୱଚ୍ଛତା ଓ ଗୁଣାତ୍ମକ ମାନ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଏ ସମ୍ପର୍କରେ ବ୍ଲକର ବିଡିଓ ରବୀନ୍ଦ୍ର ସେଠିଙ୍କୁ ପଚାରିବାରେ ଆମେ ସୂଚନା ଫଳକରେ ସମସ୍ତ ତଥ୍ୟ ଲେଖିବା ପାଇଁ ତାଗିଦ କରିଛୁ ବୋଲି ସଫେଇ ଦେଇଛନ୍ତି ।

ଏବେ ପ୍ରଶ୍ନ ଉଠିଛି, ନିର୍ମାଣ କାର୍ଯ୍ୟର ସମସ୍ତ ତଥ୍ୟ କେବେ ସାର୍ବଜନୀନ କରାଯିବ ଏବଂ ହେଉଥିବା ନିର୍ମାଣ କାର୍ଯ୍ୟର ମାନ କେବେ ତଦାରଖ କରାଯିବ ? ଏବେ ଦେଖିବାକୁ ଅପେକ୍ଷା ଏହି ବିନା ସୂଚନା ଫଳକରେ ହୋଇଥିବା ନିର୍ମାଣ କାର୍ଯ୍ୟ ଉପରେ ପ୍ରଶାସନ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ?

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande