ପ୍ରତି ଦିନ ସାହି ଭିତରେ ବୁଲୁଛି ଭାଲୁ
ଜୟପୁର, ୦୨ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ବନଖଣ୍ଡ ବୋରିଗୁମ୍ମା ବନାଂଚଳରେ ପୁଣି ଭାଲୁ ଆତଙ୍କ। ବୋରିଗୁମ୍ମା ବ୍ଲକ ର ପୋଦାପଦର ଗ୍ରାମର ନୂଆ ସାହି ଭିତରେ ବୁଲୁଛି ଭାଲୁ । ପ୍ରତି ଦିନ ସନ୍ଧ୍ୟା ହେବା କ୍ଷଣି ଗୋଟେ ଭାଲୁ ଖାଦ୍ୟ ଅନ୍ୱେଷଣ ରେ ସାହି ଭିତରେ ପସୁଛି। ଲୋକେ ଏକ ବିରାଟ ଭାଲୁ
ପ୍ରତି ଦିନ ସାହି ଭିରରେ ବୁଲୁଛି ଭାଲୁ


ଜୟପୁର, ୦୨ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ବନଖଣ୍ଡ ବୋରିଗୁମ୍ମା ବନାଂଚଳରେ ପୁଣି ଭାଲୁ ଆତଙ୍କ। ବୋରିଗୁମ୍ମା ବ୍ଲକ ର ପୋଦାପଦର ଗ୍ରାମର ନୂଆ ସାହି ଭିତରେ ବୁଲୁଛି ଭାଲୁ । ପ୍ରତି ଦିନ ସନ୍ଧ୍ୟା ହେବା କ୍ଷଣି ଗୋଟେ ଭାଲୁ ଖାଦ୍ୟ ଅନ୍ୱେଷଣ ରେ ସାହି ଭିତରେ ପସୁଛି। ଲୋକେ ଏକ ବିରାଟ ଭାଲୁ କୁ ଦେଖି ଭୟ ଭିତ ହୋଇଛନ୍ତି। ପ୍ରତି ଦିନ ସନ୍ଧ୍ୟାରେ ଭାଲୁ ଆସୁଥିବାରୁ ସେହି ରାସ୍ତାରେ ଯିବାକୁ ଭୟ କରୁଛନ୍ତି ଲୋକେ। କିଛି ଲୋକେ ଦୂରରୁ ଭାଲୁ ସାହି ରେ ବୁଲୁଥିବା ଦେଖିଲା ପରେ ଫୋନରେ ଭିଡିଓ ବି କରିଛନ୍ତି। କିଛି ଦିନ ଧରି କୁମୁଲି, ବିସିଂପୁର,ନୂଆଗାଁ ବିଦ୍ୟାଳୟ ମଧ୍ୟରେ ଭାଲୁ ଆତଙ୍କ ଖେଳାଦେଇଥିଲା। ବନ ବିଭାଗ ତରଫରୁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଦାବି ହେଉଛି। ଗ୍ରାମବାସୀମାନେ ବନାଇଥିବା ଭିଡିଓ ମୋବାଇଲରୁ ମୋବାଇଲ ଭାଇରଲ ହେଉଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande