

ବଲାଙ୍ଗିର, 02 ଅକ୍ଟୋବର (ହି.ସ.)
କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF) ର ୧୮୯ ବାଟାଲିୟନର କମାଣ୍ଡାଣ୍ଟ ଶ୍ରୀ ପ୍ରଶାନ୍ତ କୁମାର ସାହୁଙ୍କ ମାର୍ଗଦର୍ଶନରେ ଆଜି ତାରିଖ ୦୧/୧୦/୨୦୨୬ ରେ ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନ-୨୦ଏକ୍୨୬ ଅଧୀନରେ “ ଦିନ୍, ଏକ୍ ଘଣ୍ଟା, ଏକ୍ ସାଥ୍” କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ପୂର୍ବ ନିର୍ଦ୍ଧାରିତ ସି.ଟି.ୟୁ. ଆର.ଆର. କଲୋନୀ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଲର୍କିପାଲି, ବଲାଙ୍ଗୀର ପରିସରରେ ଏକ ସ୍ୱତନ୍ତ୍ର ସଫେଇ ଅଭିଯାନ ପରିଚାଳିତ ହୋଇଥିଲା। ଏହା ସହିତ ସାମାଜିକ ଦାୟିତ୍ୱବୋଧକୁ ଗୁରୁତ୍ୱ ଦେଇ “ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ” ଅବସରରେ ବଲାଙ୍ଗୀର ସରକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ୱତନ୍ତ୍ର ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା।
“ଏକ୍ ଦିନ୍, ଏକ୍ ଘଣ୍ଟା, ଏକ୍ ସାଥ୍” ଅଭିଯାନରେ ୧୮୯ ବାଟାଲିୟନର ଉପ କମାଣ୍ଡାଣ୍ଟ ଶ୍ରୀ ଜିତେନ୍ଦ୍ର ସିଂହ, ଉପ କମାଣ୍ଡାଣ୍ଟ ଶ୍ରୀ ସରୱର ଖାନ୍, ଅଧୀନସ୍ଥ ଅଧିକାରୀ ଓ ଯବାନମାନଙ୍କ ସମେତ ସରକାରୀ ଉଚ୍ଚ ବିଦ୍ୟାଳୟ (ଆର.ଆର. କଲୋନୀ, ଲର୍କିପାଲି, ବଲାଙ୍ଗୀର) ର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ଶିକ୍ଷକବୃନ୍ଦ ତଥା ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଭାବେ ଆମନ୍ତ୍ରିତ ସ୍ଥାନୀୟ କାଉନସିଲର ଶ୍ରୀମତୀ ସସ୍ମିତା ନନ୍ଦା ଉପସ୍ଥିତ ରହି ସ୍ୱଚ୍ଛତା କାର୍ଯ୍ୟରେ ନିଜର ବହୁମୂଲ୍ୟ ଯୋଗଦାନ ପ୍ରଦାନ କରିଥିଲେ।
“ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ” ଅବସରରେ ଉପ କମାଣ୍ଡାଣ୍ଟ ଶ୍ରୀ ଜିତେନ୍ଦ୍ର ସିଂହ, ଉପ କମାଣ୍ଡାଣ୍ଟ ଶ୍ରୀ ସରୱର ଖାନ୍ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରର ଡାକ୍ତର ଆରତୀ ପଣ୍ଡା (ବି.ବି.ଓ.) ତଥା ଡାକ୍ତର ଅଶୋକ କୁମାର ମିଶ୍ର (ଏମ.ଓ.) ଉପସ୍ଥିତ ଥିଲେ। ଏହି ଅବସରରେ ୧୮୯ ବାଟାଲିୟନର ଅଧିକାରୀ ତଥା ଯବାନମାନେ ଅତ୍ୟନ୍ତ ଉତ୍ସାହର ସହିତ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ।
ସ୍ୱଚ୍ଛତା ତଥା ସ୍ୱେଚ୍ଛାକୃତ ରକ୍ତଦାନ ପ୍ରତି ସମସ୍ତଙ୍କର ଅବଦାନକୁ ପ୍ରଶଂସା କରି ୧୮୯ ବାଟାଲିୟନର ବରିଷ୍ଠ ଅଧିକାରୀମାନେ ପ୍ରକାଶ କରିଥିଲେ ଯେ, ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହିତ ସମାଜ ଓ ପରିବେଶର ସେବା କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ। ସେମାନେ କହିଥିଲେ ଯେ ସ୍ୱଚ୍ଛତା ଏକ ସୁସ୍ଥ ଭାରତ ଗଠନ କରେ ଏବଂ ରକ୍ତଦାନ ଅମୂଲ୍ୟ ଜୀବନ ବଞ୍ଚାଇଥାଏ। ଏହି ଅବସରରେ ଉପସ୍ଥିତ ସମସ୍ତ ବ୍ୟକ୍ତି ନିଜ ଆଖପାଖ ପରିବେଶକୁ ସର୍ବଦା ପରିଷ୍କାର-ପରିଚ୍ଛନ୍ନ ରଖିବା ଏବଂ ନିୟମିତ ଭାବେ ସ୍ୱେଚ୍ଛାକୃତ ରକ୍ତଦାନ କରିବା ପାଇଁ ସଂକଳ୍ପ ନେଇଥିଲେ।
ଏହି କ୍ରମରେ ୦୨/୧୦/୨୦୨୬ ରିଖରେ ନିର୍ଦ୍ଧାରିତ ସି.ଟି.ୟୁ. ସ୍ଥଳରେ ବିଦ୍ୟାଳୟର କର୍ମଚାରୀଙ୍କ ସହିତ ଅଧିକାରୀ ଓ ଯବାନମାନେ ମିଶି ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଏବଂ ସ୍ୱଚ୍ଛତା ଶପଥ ପାଠ କରାଇଥିଲେ। ଏହା ପରେ “ଏକ୍ ପେଡ୍ ମାଁ କେ ନାମ୍” (ଗୋଟିଏ ଗଛ ମା’ଙ୍କ ନାମରେ) କାର୍ଯ୍ୟକ୍ରମ ଅଧୀନରେ ବୃକ୍ଷରୋପଣ କରାଯାଇଥିଲା। ଏଥିସହ ପ୍ରଶାସନିକ ମହାନିର୍ଦ୍ଦେଶାଳୟର ନିର୍ଦ୍ଦେଶାନୁସାରେ ସଫେଇ କର୍ମଚାରୀ (ସଫେଇ ମିତ୍ର) ମାନଙ୍କୁ ସମ୍ମାନିତ କରାଯାଇ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ