
ଭଦ୍ରକ, ୨ ଅକ୍ଟୋବର (ହି.ସ.) - ମଶା ନିୟନ୍ତ୍ରଣ ପାଇଁ ଧୂଆଁ ମେସିନ ଚାଲିଲା, ବିଲ ହେଲା, ସରକାରୀ ଟଙ୍କା ଖର୍ଚ୍ଚ ହେଲା। ହେଲେ ପ୍ରକୃତରେ କେତେ ମେସିନ ଚାଲିଲା। କେଉଁ ୱାର୍ଡରେ କେତେ ଦିନ କାମ ହେଲା। କେଉଁ ଆଧାରରେ ପାସ ହେଲା ବିଲ । ଏଭଳି ଅନେକ ପ୍ରଶ୍ନ ଏବେ ଧାମନଗର ଏନ୍ଏସି ର ଧୂଆଁ ମେସିନ ବିଲ କୁ ନେଇ ଛିଡ଼ା ହୋଇଛି।ଗତ ଦେଢ଼ ବର୍ଷର ବିଲ୍ ଓ କାର୍ଯ୍ୟ ସମ୍ପାଦନକୁ ନେଇ ଅନିୟମିତତାର ଅଭିଯୋଗ ଉଠିବା ପରେ ଏବେ କାଗଜପତ୍ର ଯାଂଚର ଦାବି ଜୋର ଧରିଛି। କାଗଜରେ ଯଦି ୱାର୍ଡକୁ ୱାର୍ଡ ମେସିନ ଚାଲିଥିବା ଦର୍ଶାଯାଇଛି, ତେବେ ତାହାର ବାସ୍ତବ ପ୍ରମାଣ କେଉଁଠି। ମେସିନ ବ୍ୟବହାର ରେଜିଷ୍ଟର, ଲଗ୍ବୁକ୍, ୱାର୍କ ଅର୍ଡର, ଭାଉଚର ଓ ଦେୟ ପ୍ରଦାନ ରେକର୍ଡ ଯାଂଚ ହେଲେ ହିଁ ପ୍ରକୃତ ଚିତ୍ର ସାମ୍ନାକୁ ଆସିପାରିବ।ଏହି ପ୍ରସଙ୍ଗରେ ତତ୍କାଳୀନ ଇଓ ସନ୍ତୋଷ ନାୟକଙ୍କ ସମୟରେ ବିଲ ପ୍ରସ୍ତୁତି, କାମର ସତ୍ୟାପନ ଓ ଅର୍ଥ ପ୍ରଦାନ ପ୍ରକ୍ରିୟା କିପରି ହୋଇଥିଲା, ତାଙ୍କ ଭୂମିକା କଣ ଥିଲା ତାହା ନେଇ ପ୍ରଶ୍ନ ଉଠିଛି। ସମ୍ପୃକ୍ତ ଜେଇ, କର୍ମଚାରୀ, ଠିକାଦାର କିମ୍ବା ଅପରେଟରଙ୍କ ଭୂମିକା ମଧ୍ୟ ସମାନ ଭାବେ ଯାଂଚ ହେବା ଆବଶ୍ୟକ।ସନ୍ତୋଷ ନାୟକ ନିକଟରେ ନିର୍ବାଚନୀ ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କିତ ଅଲଗା ଅଭିଯୋଗକୁ ନେଇ ନିଲମ୍ବିତ ହୋଇଥିବା ରିପୋର୍ଟ ରହିଛି। କିନ୍ତୁ ଏହି ନିଲମ୍ବନକୁ ଧୂଆଁ ମେସିନ ବିଲ୍ ଅଭିଯୋଗ ସହ ଯୋଡ଼ିବା ପାଇଁ ଏପର୍ଯ୍ୟନ୍ତ ସିଧାସଳଖ ପ୍ରମାଣ ସାମ୍ନାକୁ ଆସିନାହିଁ। ତେଣୁ ଦୁଇଟି ଘଟଣାକୁ ପୃଥକ ରଖି ଧୂଆଁ ମେସିନ ବିଲ୍ର ସ୍ୱତନ୍ତ୍ର ତଦନ୍ତ ହେବା ଦରକାର।ସରକାରୀ ଟଙ୍କା ଖର୍ଚ୍ଚ ହୋଇଥିଲେ କାମର ପ୍ରମାଣ କେଉଁଠି କାମ ହୋଇଥିଲେ ବିଲ୍ର ଆଧାର କ’ଣ ଏହି ଦୁଇ ପ୍ରଶ୍ନର ଦସ୍ତାବିଜ ଆଧାରିତ ଉତର ଏବେ ଦରକାର। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ସରକାରୀ ଅର୍ଥର କ୍ଷତି ପାଇଁ ଦାୟୀଙ୍କ ବିରୋଧରେ କଠୋର ବିଭାଗୀୟ ଓ ଆଇନଗତ ପଦକ୍ଷେପ ନିଆଯିବା ଆବଶ୍ୟକ। ତେଣୁ ଧୂଆଁ ମେସିନ ବିଲ ର ସମ୍ପୂର୍ଣ୍ଣ ହିସାବ ଯାଂଚ ସହ ଭିଜିଲାନ୍ସ ତଦନ୍ତ କରାଯାଇ ସତ୍ୟାସତ୍ୟ ସାର୍ବଜନୀନ କରାଯାଉ ବୋଲି ଦାବି ଜୋର ଧରିଛି।ସେପଟେ ୫ ମାସ ରୁ ଅଧିକ ହେବ ଏବେ ଧୂଆଁ ସହରରେ ଦିଆ ଯାଉନି ଫଳରେ ଯେଉଁ ଉଦ୍ୟସ ରେ ଧୁଆ ଦିଆ ଯିବା କଥା ତାହା ସଫଳ ହେଉନି। ସଂଧ୍ୟା ହେଲେ ମଶା ଓ କିଟ ପତଙ୍ଗ ର ଉପଦ୍ରବ ହେଉଛନ୍ତି ଫଳରେ ବିଭିନ୍ନ ରୋଗ ବ୍ୟାପୁଛି। ତେବେ କାହିଁକି ମଶା ଧୂଆଁ ଦିଆ ଯାଉନି ବୋଲି ପ୍ରଶ୍ନ ରେ ଏନ ଏ ସି କର୍ମ ଚାରି କୁହନ୍ତି ଟେଣ୍ଡର ହେଇନି ବୋଲି କହିଛନ୍ତି।ତେବେ ଏ ନେଇ ତଦନ୍ତ ଆବଶ୍ୟକ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ