ଭଦ୍ରକରେ ସ୍ୱତନ୍ତ୍ର ଡିଏଲଟିଏଫ୍ ବୈଠକ
ଭଦ୍ରକ, ୨ ଅକ୍ଟୋବର (ହି.ସ.) - ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ (ଡିଏଲଟିଏଫ) ବୈଠକ ଭଦ୍ରକ କଲେକ୍ଟୋରେଟ୍ର ସଦ୍ଭାବନା ଗୃହରେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ଲାଇନ
DLTF BAITHAK AT BHADRAK


ଭଦ୍ରକ, ୨ ଅକ୍ଟୋବର (ହି.ସ.) - ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ (ଡିଏଲଟିଏଫ) ବୈଠକ ଭଦ୍ରକ କଲେକ୍ଟୋରେଟ୍ର ସଦ୍ଭାବନା ଗୃହରେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ଲାଇନ୍ ବିଭାଗିୟ ଅଧିକାରୀ , ଡିଏସ୍ପି, ସିଡବ୍ଲ୍ୟୁସି, ଡିସିପିୟୁ, ମିଶନ୍ ଶକ୍ତି, ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ, ଏଡିଇଓ, ଚାଇଲ୍ଡଲାଇନ୍, ଏନ୍?ଜିଓ ଓ ଶ୍ରମ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ଶିଶୁ ଶ୍ରମିକଙ୍କ ଚିହ୍ନଟ, ଉଦ୍ଧାର, ପୁନର୍ବାସ ଓ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ଆଲୋଚନା ସହ ୪୪ ଦିନିଆ ଶିଶୁ ଶ୍ରମମୁକ୍ତ ଗ୍ରାମ ପଂଚାୟତ ଅଭିଯାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅଭିଯାନର ପ୍ରସ୍ତୁତି ଓ ସମନ୍ୱିତ କାର୍ଯ୍ୟାନ୍ୱୟନ ପାଇଁ ସିଡିଓ, ଭଦ୍ରକଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଡିଓ ଓ ଶ୍ରମ ଅଧିକାରୀଙ୍କୁ ନେଇ ଏକ ଜୁମ୍ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande