
ଖୋର୍ଦ୍ଧା, ୦୨ ଅକ୍ଟୋବର (ହି.ସ.) - ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ଜଣକ ବେଗୁନିଆ ଥାନା ରାସୋଳ ଗାଁ ର ରଜନୀକାନ୍ତ ପାଇକରାୟଙ୍କ ସ୍ତ୍ରୀ ମିନତି ପାଇକରାୟ(୪୦)। ତେବେ ଅବକାରୀ ବିଭାଗ ଏମାନଙ୍କ ନିକଟରୁ ୬୨୦ଲିଟର ଦେଶୀ ମଦ ସମେତ ୩ଟି ବାଇକ ଜବତ କରିଛି। ଘଟଣାରେ ସମ୍ପୃକ୍ତ ମିନତିର ସ୍ୱାମୀ ରଜନୀକାନ୍ତ ଫେରାର ହୋଇଯାଇଛି।ସେହିପରି ବେଗୁନିଆ ଥାନା ଅନ୍ତର୍ଗତ ସାନପଦର ଗାଁ ରାସ୍ତାରୁ ୧୦୨ଲିଟର ଦେଶୀ ମଦ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ସଞ୍ଜୟ କୁମାର ଭଞ୍ଜ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।ତେବେ ଜବତ ଦେଶୀ ମଦର ମୂଲ୍ୟ ୩ଲକ୍ଷ ୮୪ହଜାର ୪୦୦ଟଙ୍କା ହେବ ବୋଲି ୍ୱବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ରାକେଶ