
ଝାରସୁଗୁଡ଼ା, ୨ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ପୋଖରାସାହ୍ଲେ ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଭାବରେ ଗଠନ କରିବା ପାଇଁ ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଷ୍ଠିତ ଗ୍ରାମସଭାରେ ନିଷ୍ପତ୍ତି ନିଆଯାଇଛି l ଏନେଇ ବ୍ଲକ ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ମୁକ୍ତ ପାଇଁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୋଖରାସାହ୍ଲେ ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହେରା, ସମିତିସଭ୍ୟ ସନ୍ତୋଷ ପଟେଲ, ବ୍ଲକ ଶ୍ରମ ଅଧିକାରୀ ଦେବାଶିଷ ତରାଇ, ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ପ୍ରମୁଖଙ୍କ ସହ ବହୁ ଜନପ୍ରତିନିଧି, ପଞ୍ଚାୟତ ଅଂଚଳର ସଚେତନ ନାଗରିକ, ଜନସାଧାରଣ ଯୋଗଦେଇଥିଲେ l
ଏହି ଅବସରରେ ପୋଖରାସାହ୍ଲେ ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ଶପଥ ପାଠ କରାଯାଇଥିଲା l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ